ମୋଦିଙ୍କ ବିରୋଧରେ ଲଢ଼ିବେ ପ୍ରିୟଙ୍କା!

ରାଏବରେଲୀ: ନିର୍ବାଚନ ଲଢ଼ିବା ପାଇଁ ମନବଳାଇଛନ୍ତି ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି। ଦଳ ଚାହିଁଲେ ସେ ନିର୍ବାଚନ ଲଢ଼ିବେ ବୋଲି ଗତକାଲି କହିଥିବା ପ୍ରିୟଙ୍କା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି, କ’ଣ ପାଇଁ ମୁଁ ବାରଣାସୀରୁ ନିର୍ବାଚନ ଲଢ଼ିବି ନାହିଁ? ପ୍ରିୟଙ୍କାଙ୍କ ଏଭଳି ବୟାନ ପରେ ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସମ୍ଭବତଃ ବାରଣାସୀରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

d

Hemant Lenka
  • Published: Thursday, 28 March 2019
  • , Updated: 28 March 2019, 09:25 PM IST

ରାଏବରେଲୀ: ନିର୍ବାଚନ ଲଢ଼ିବା ପାଇଁ ମନବଳାଇଛନ୍ତି ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି। ଦଳ ଚାହିଁଲେ ସେ ନିର୍ବାଚନ ଲଢ଼ିବେ ବୋଲି ଗତକାଲି କହିଥିବା ପ୍ରିୟଙ୍କା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି।

ସେ କହିଛନ୍ତି, କ’ଣ ପାଇଁ ମୁଁ ବାରଣାସୀରୁ ନିର୍ବାଚନ ଲଢ଼ିବି ନାହିଁ? ପ୍ରିୟଙ୍କାଙ୍କ ଏଭଳି ବୟାନ ପରେ ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସମ୍ଭବତଃ ବାରଣାସୀରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛି।

ଆଜି ମା’ ସୋନିଆ ଗାନ୍ଧିଙ୍କ ସଂସଦୀୟ କ୍ଷେତ୍ର ରାଏବରେଲୀରେ ପ୍ରିୟଙ୍କା ଜୋରଦାର ପ୍ରଚାର କରି ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଉପରେ ଜୋରଦାର ହମ୍‌ଲା କରିଥିଲେ। ପ୍ରିୟଙ୍କାଙ୍କୁ ପାଖରେ ପାଇ କଂଗ୍ରେସ କର୍ମୀମାନେ ମଧ୍ୟ ତାଙ୍କୁ ରାଏବରେଲୀରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲେ।

ତେବେ କର୍ମୀଙ୍କ ଏଭଳି ପ୍ରଶ୍ନର ଉତ୍ତର ପ୍ରିୟଙ୍କା ବେଶ ତେର୍ଚ୍ଛା ଢଙ୍ଗରେ ଦେଇଥିଲେ। ସେ କହିଥିଲେ, ଏଠାରୁ କାହିଁକି? କ’ଣ ପାଇଁ ମୁଁ ବାରଣାସୀରୁ ନିର୍ବାଚନ ଲଢ଼ିବି ନାହିଁ ?”

ପ୍ରିୟଙ୍କାଙ୍କ ଏଭଳି ଉତ୍ତର କଂଗ୍ରେସ କର୍ମୀଙ୍କୁ ଆହୁରି ଉତ୍ସାହିତ କରିଦେଇଛି। ତେବେ ପ୍ରିୟଙ୍କା ଏପରି କଥା ପରିହାସ ଛଳରେ କହିଲେ ନା ସେ ସତରେ ମୋଦିଙ୍କ ସହ ବାରଣାସୀରେ ମୁହାଁମୁହିଁ ହେବେ, ତାହା ସ୍ପଷ୍ଟ ହୋଇନାହିଁ। ଗତ ଜାନୁଆରୀ ୨୫ରେ କଂଗ୍ରେସର ବାରଣାସୀ ୟୁନିଟ୍‌ ପ୍ରିୟଙ୍କାଙ୍କୁ ଏଠାରୁ ପ୍ରାର୍ଥୀ କରିବାକୁ ମଧ୍ୟ ଏକ ସଂକଳ୍ପ ପାରିତ କରିଥିଲା।

୨୦୧୪ ନିର୍ବାଚନରେ ବାରଣାସୀ ଆସନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରାର୍ଥୀ ହୋଇଥିଲେ। ତେବେ ମୋଦି ତାଙ୍କୁ ବିପୁଳ ପରିମାଣର ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। ସେହିପରି କଂଗ୍ରେସ ଏଠାରେ ଅଜୟ ରାଏଙ୍କୁ ପ୍ରାର୍ଥୀ କରିଥିଲା।

Related story