ଭୁବନେଶ୍ୱର(ଓଡିଶା ରିପୋର୍ଟର): ଓଡିଆ ସମାଜ ତରଫରୁ ସୁଦୂର ସିଙ୍ଗାପୁରରେ ଓଡିଆ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟାଜିତ ହୋଇଥିଲା । ସେଠାରେ ରହୁଥିବା ଓଡିଆମାନଙ୍କ ପ୍ରଚେଷ୍ଟାରେ ଓଡିଆ ଭକ୍ତି ସଙ୍ଗୀତ ଓ ସଂସ୍କୃତିର ପ୍ରଚାର ପାଇଁ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଯାହାର ଶୀର୍ଷକ ରହିଥିଲା ‘ସ୍ପନ୍ଦନ- ଓଡିଆ ସଂସ୍କୃତିରୁ ଆଉ ପାଦେ’ ।
ଆନ୍ତର୍ଜତୀକ ଶ୍ରୀକୃଷ୍ଣ ମନ୍ଦିର ତରଫରୁ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ନାମ ସଙ୍କୀର୍ତ୍ତନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଉତ୍ସବରେ ଯୋଗ ଦେଇଥିଲେ ପ୍ରବୀଣ ଶିକ୍ଷାବିତ୍ ପ୍ରବକ୍ତା ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରବକ୍ତା ସମ୍ବିତ ପାତ୍ର ଓ ଗୀତିକାର ଅରବିନ୍ଦ ମୁଦୁଲି । ସୌମ୍ୟ ଓ ସମ୍ବିତଙ୍କ ଓଜସ୍ୱିନୀ ଭାଷଣରେ ଉପସ୍ଥିତ ଲୋକେ ମନ୍ତ୍ରମୁଗ୍ଧ ହୋଇଥିବା ବେଳ ଅରବିନ୍ଦଙ୍କ ଭକ୍ତି ସଙ୍ଗୀତ କିଛି ସମୟ ପାଇଁ ସିଙ୍ଗାପୁରରେ ବସବାସ କରୁଥିବା ଓଡିଆଙ୍କୁ ବିଭୁ ମନସ୍କ କରି ନେଇ ଯାଇଥିଲା ଶ୍ରୀକ୍ଷେତ୍ରକୁ ।