ସ୍ପୁଟନିକ ଭି କୋଭିଡ୍-୧୯ ଟିକା ଅକ୍ଟୋବର ଶେଷ ସୁଦ୍ଧା ସମଗ୍ର ଋଷିଆ ବ୍ୟବହାର କରିପାରେ

ମୋସ୍କୋ: କରୋନା ମହାମାରୀର ଟିକା ବାହାର କରି ଏବେ ଚର୍ଚ୍ଚାରେ ଋଷିଆ। ବିଶ୍ୱର ଅନ୍ୟ ଦେଶ ଟିକା ନେଇ ପ୍ରସ୍ତୁତି ଚଳାଇଥିବା ବେଳେ ଋଷିଆ କିନ୍ତୁ ସ୍ପୁଟନିକ ଭି କୋଭିଡ୍-୧୯ ବାହାର କରିଛି। ଋଷିଆରେ ଏହି ଟିକା କରୋନା ବିରୋଧୀ ଲଢ଼େଇରେ ବ୍ୟବହାର ହେଉଛି। ଋଷିଆନ ଡିରେକ୍ଟ ଇନଭେଷ୍ଚମେଣ୍ଟ ଫଣ୍ଡ (ଆରଡିଆଇଏଫ)ର ସିଇଓ କିରଲି ଜମିତ୍ରିଏଭ କହିଛନ୍ତି ଅକ୍ଟୋବର ଶେଷ କିମ୍ୱା ନଭେମ୍ୱର ଆରମ୍ଭ ବେଳକୁ ଏହି ଟିକା ସମଗ୍ର ଋଷିଆରେ ଉପଲବ୍ଧ ହୋଇଯିବ। ଏହି ସ୍ପୁଟନିକ […]

Sputnik V

Subhransu Sekhar
  • Published: Tuesday, 13 October 2020
  • , Updated: 13 October 2020, 11:13 AM IST

ମୋସ୍କୋ: କରୋନା ମହାମାରୀର ଟିକା ବାହାର କରି ଏବେ ଚର୍ଚ୍ଚାରେ ଋଷିଆ। ବିଶ୍ୱର ଅନ୍ୟ ଦେଶ ଟିକା ନେଇ ପ୍ରସ୍ତୁତି ଚଳାଇଥିବା ବେଳେ ଋଷିଆ କିନ୍ତୁ ସ୍ପୁଟନିକ ଭି କୋଭିଡ୍-୧୯ ବାହାର କରିଛି। ଋଷିଆରେ ଏହି ଟିକା କରୋନା ବିରୋଧୀ ଲଢ଼େଇରେ ବ୍ୟବହାର ହେଉଛି। ଋଷିଆନ ଡିରେକ୍ଟ ଇନଭେଷ୍ଚମେଣ୍ଟ ଫଣ୍ଡ (ଆରଡିଆଇଏଫ)ର ସିଇଓ କିରଲି ଜମିତ୍ରିଏଭ କହିଛନ୍ତି ଅକ୍ଟୋବର ଶେଷ କିମ୍ୱା ନଭେମ୍ୱର ଆରମ୍ଭ ବେଳକୁ ଏହି ଟିକା ସମଗ୍ର ଋଷିଆରେ ଉପଲବ୍ଧ ହୋଇଯିବ।

ଏହି ସ୍ପୁଟନିକ ଭ୍ୟାକସିନ୍ ଗମଲେୟ ନ୍ୟାଶନାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜି ଏବଂ ମାଇକ୍ରୋବାୟୋଲଜଡି ଦ୍ୱାରା ପ୍ରସ୍ତୁତ ହୋଇଛି। ଋଷିଆର ସ୍ୱାସ୍ଥ୍ୟ ବିଭାଗରେ ଏହା ଅଗଷ୍ଟ ୧୧ରେ ପଞ୍ଜିକରଣ ହୋଇଛି। ଋଷିଆର ରୋଷିୟ ୨୪ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ କିରଲି କହିଛନ୍ତି ନଭେମ୍ୱରରେ ଏହି ଟିକା ମିଡିଲ ଇଷ୍ଟ ଦେଶକୁ ରପ୍ତାନୀ ହେବ।

ଅଗଷ୍ଟରେ ଋଷିଆର ଗମାଲାୟା ବୈଜ୍ଞାନିକ ଗବେଷଣା କରି ସ୍ପୁଟନିକ୍ ଭି ଟିକା ପ୍ରସ୍ତୁତ କରିଛନ୍ତି। ଏହି ଟିକା ପ୍ରଥମେ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଝିଅଙ୍କ ଶରୀରରେ ପରୀକ୍ଷା କରାଯାଇଥିଲା। ସେ କରୋନାରେ ଆକ୍ରାନ୍ତ ଥିଲେ। ଋଷିଆ ଏବେ ଅନ୍ୟ ଦେଶକୁ ମଧ୍ୟ ଟିକା ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଭାରତ ମଧ୍ୟ ଋଷିଆ ପାଖରୁ ଏହି ଟିକା ପାଇପାରେ। ଭାରତରେ କ୍ଲିନିକାଲ ପରୀକ୍ଷା ସଫଳ ହେବା ପରେ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ ବୋଲି ଜଣାପଡ଼ିଛି। ହାଇଦ୍ରାବାଦର ଔଷଧ କମ୍ପାନୀ ଡକ୍ଟର ରେଡ୍ଡୀ ଋଷିଆର ଏହି ଟିକା ଆଣିବ ବୋଲି ଚୁକ୍ତି ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଋଷିଆ ସରକାରକୁ ଏ ନେଇ ପ୍ରଶଂସା କରିଛି।

Related story