୧୨୬ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ଶ୍ରୀଲଙ୍କା

କଲମ୍ବୋ: ଦିପାବଳୀକୁ ଦୃଷ୍ଟି ରଖି ଶ୍ରୀଲଙ୍କା ସରକାର ୧୨୬ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗତକାଲି ମୁକ୍ତ କରିଛନ୍ତି। ଶ୍ରୀଲଙ୍କା ନୌସେନା ପକ୍ଷରୁ ମୁକ୍ତ କରାଯାଇଥିବା ମତ୍ସ୍ୟଜୀବୀମାନେ ଆସନ୍ତାକାଲି ସୁଦ୍ଧା ତାମିଲନାଡୁରେ ପହଞ୍ଚିବେ ବୋଲି ଜଣାପଡିଛି। ସେମାନଙ୍କୁ ଛାଡିବା ପାଇଁ ଆବଶ୍ୟକ କାଗଜପତ୍ର କାମ ଶେଷ କରିବା ପରେ ମତ୍ସ୍ୟଜୀବୀମାନଙ୍କୁ ମୁକ୍ତ କରାଯାଇଥିଲା। ଏହି ମତ୍ସ୍ୟଜୀବୀମାନେ ଆନ୍ତର୍ଜାତୀୟ ଜଳସୀମାରେ ମାଛ ଧରୁଥିବା ବେଳେ ଶ୍ରୀଲଙ୍କା ନୌସେନା ଏମାନଙ୍କୁ ଧରି ଅପରାଧିକ ମାମଲା ରୁଜୁ କରିଥିଲା ଶ୍ରୀଲଙ୍କା ନୌସେନା। ଭାରତ […]

fisherman

Rakesh Mallick
  • Published: Tuesday, 10 November 2015
  • , Updated: 10 November 2015, 12:01 PM IST

କଲମ୍ବୋ: ଦିପାବଳୀକୁ ଦୃଷ୍ଟି ରଖି ଶ୍ରୀଲଙ୍କା ସରକାର ୧୨୬ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗତକାଲି ମୁକ୍ତ କରିଛନ୍ତି। ଶ୍ରୀଲଙ୍କା ନୌସେନା ପକ୍ଷରୁ ମୁକ୍ତ କରାଯାଇଥିବା ମତ୍ସ୍ୟଜୀବୀମାନେ ଆସନ୍ତାକାଲି ସୁଦ୍ଧା ତାମିଲନାଡୁରେ ପହଞ୍ଚିବେ ବୋଲି ଜଣାପଡିଛି। ସେମାନଙ୍କୁ ଛାଡିବା ପାଇଁ ଆବଶ୍ୟକ କାଗଜପତ୍ର କାମ ଶେଷ କରିବା ପରେ ମତ୍ସ୍ୟଜୀବୀମାନଙ୍କୁ ମୁକ୍ତ କରାଯାଇଥିଲା।

ଏହି ମତ୍ସ୍ୟଜୀବୀମାନେ ଆନ୍ତର୍ଜାତୀୟ ଜଳସୀମାରେ ମାଛ ଧରୁଥିବା ବେଳେ ଶ୍ରୀଲଙ୍କା ନୌସେନା ଏମାନଙ୍କୁ ଧରି ଅପରାଧିକ ମାମଲା ରୁଜୁ କରିଥିଲା ଶ୍ରୀଲଙ୍କା ନୌସେନା। ଭାରତ ପକ୍ଷରୁ ମଧ୍ୟ ସମାନ ପଦକ୍ଷେପ ନିଆଯାଇଛି । ଭାରତରେ ବନ୍ଦିଥିବା ୩୭ ଜଣ ଶ୍ରୀଲଙ୍କା ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବା ଯୋଜନା ଆରମ୍ଭ ହୋଇଥିବା ଜଣାପଡିଛି।

Related story