୩୪ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତକଲା ଶ୍ରୀଲଙ୍କା

କଲୋମ୍ବୋ: ଅନ୍ତର୍ଜାତୀୟ ଜଳ ସୀମା ଲଙ୍ଘିଥିବା ଅଭିଯୋଗରେ ଗତ ମାସଠାରୁ ଶ୍ରୀଲଙ୍କାରେ ବନ୍ଦୀ ଥିବା ୩୪ ଜଣ ଭାରତୀୟ ମତ୍ସ୍ୟଜୀବୀ ଆଜି ମୁକ୍ତ ହୋଇଛନ୍ତି। ଏହି ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କାର ଦୁଇଟି ପୃଥକ୍‌ ପୃଥକ୍‌ କୋର୍ଟ ମୁକ୍ତ କରିଛନ୍ତି। ଏନେଇ ଆଜି ଶ୍ରୀଲଙ୍କାର ମତ୍ସ୍ୟ ବିଭାଗ ମନ୍ତ୍ରୀ ମହିନ୍ଦା ଆମରାୱିରା ସୂଚନା ଦେଇ କହିଛନ୍ତି,“ଶ୍ରୀଲଙ୍କା ପକ୍ଷରୁ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରାଯାଇଛି। ଆମେ ଆଶା କରୁଛୁ ଭାରତ ମଧ୍ୟ ବନ୍ଦୀ ଥିବା ଶ୍ରୀଲଙ୍କା ମତ୍ସ୍ୟଜୀବୀଙ୍କୁ ଖୁବଶୀଘ୍ର ମୁକ୍ତ କରିବ।” […]

indian-fisherman

Rakesh Mallick
  • Published: Monday, 16 May 2016
  • , Updated: 04 May 2017, 03:44 PM IST

କଲୋମ୍ବୋ: ଅନ୍ତର୍ଜାତୀୟ ଜଳ ସୀମା ଲଙ୍ଘିଥିବା ଅଭିଯୋଗରେ ଗତ ମାସଠାରୁ ଶ୍ରୀଲଙ୍କାରେ ବନ୍ଦୀ ଥିବା ୩୪ ଜଣ ଭାରତୀୟ ମତ୍ସ୍ୟଜୀବୀ ଆଜି ମୁକ୍ତ ହୋଇଛନ୍ତି। ଏହି ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କାର ଦୁଇଟି ପୃଥକ୍‌ ପୃଥକ୍‌ କୋର୍ଟ ମୁକ୍ତ କରିଛନ୍ତି।

ଏନେଇ ଆଜି ଶ୍ରୀଲଙ୍କାର ମତ୍ସ୍ୟ ବିଭାଗ ମନ୍ତ୍ରୀ ମହିନ୍ଦା ଆମରାୱିରା ସୂଚନା ଦେଇ କହିଛନ୍ତି,“ଶ୍ରୀଲଙ୍କା ପକ୍ଷରୁ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରାଯାଇଛି। ଆମେ ଆଶା କରୁଛୁ ଭାରତ ମଧ୍ୟ ବନ୍ଦୀ ଥିବା ଶ୍ରୀଲଙ୍କା ମତ୍ସ୍ୟଜୀବୀଙ୍କୁ ଖୁବଶୀଘ୍ର ମୁକ୍ତ କରିବ।”

ଗତ ଏପ୍ରିଲ ୧୫ ତାରିଖରେ ଗିରଫ ହୋଇଥିବା ୧୩ ଜଣ ମତ୍ସ୍ୟଜୀବିଙ୍କୁ ଓରକାଭାଲଥୁରାଇ କୋର୍ଟରୁ ମୁକ୍ତ ହୋଇଥିବା ବେଳେ ସେହି ମାସ ୨୧ ତାରିଖରେ ବାକି ମତ୍ସ୍ୟଜୀବୀଙ୍କୁ ମାନ୍ନାର କୋର୍ଟରୁ ମୁକ୍ତ କରାଯାଇଥିବା ସେ କହିଛନ୍ତି।

Related story