ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ: ଜଣେ କମାଣ୍ଡାଣ୍ଟ୍‌ ଶହୀଦ, ୬ ଯବାନ ଆହତ

ଶ୍ରୀନଗର: ଆଜି ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଜାମ୍ମୁ-କାଶ୍ମୀରର ଶ୍ରୀନଗରର ନୌହଟ୍ଟାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ କମାଣ୍ଡାଣ୍ଟ୍‌ ଶହୀଦ ହୋଇଥିବା ବେଳେ ୬ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ମୃତାହତ ହେବାର ସୂଚନା ମିଳିନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ଗୁଳି ବିନିମୟ ଜାରି ରହିଛି। ନୌହଟ୍ଟାର ଏକ ଘରେ ଆତଙ୍କବାସୀମାନେ ଲୁଛି ରହିଛନ୍ତି। ସେହିପରି ଓରି ସେକ୍ଟରର […]

terroris

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 01:26 PM IST

ଶ୍ରୀନଗର: ଆଜି ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଜାମ୍ମୁ-କାଶ୍ମୀରର ଶ୍ରୀନଗରର ନୌହଟ୍ଟାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ କମାଣ୍ଡାଣ୍ଟ୍‌ ଶହୀଦ ହୋଇଥିବା ବେଳେ ୬ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ମୃତାହତ ହେବାର ସୂଚନା ମିଳିନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ଗୁଳି ବିନିମୟ ଜାରି ରହିଛି। ନୌହଟ୍ଟାର ଏକ ଘରେ ଆତଙ୍କବାସୀମାନେ ଲୁଛି ରହିଛନ୍ତି।

ସେହିପରି ଓରି ସେକ୍ଟରର ଏଲ୍‌ଓସିରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ୨ ଜଣ  ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।

Related story