ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): “ତେନୁ କାଳା ଚଷମା ଯଯଦା ହେ, ଯଯଦା ହେ ଗୋରେ ମୁଖଡେ ପେ”... । ଏମିତି ଗୀତରେ କ’ଣ କେବେ ଜୀବନ ସରିପାରେ । ଆପଣଙ୍କ ଉତ୍ତର ନିଶ୍ଚିତ ‘ନାଇଁ’ ହେବ। ହେଲେ ଆମେ କହିବୁ ଏ ଗୀତର ବୋଲ୍‌ଟି ଲେଖି ଆପଣଙ୍କୁ ଖୁସିର ନୁହେଁ ବରଂ ଏକ ଦୁଃଖର କଥାଟିଏ ଶୁଣାଇବୁ ଆମେ । ଯାହାକୁ ଶୁଣି ଆପଣଙ୍କ ମନ ମଉଳିଯିବ।</p> <p>ଜାଣିଛନ୍ତି, ଏଇ ଗୀତଟି ହେଉଛି ଚୁଲ୍‌ବୁଲି ନାୟିକା ଶ୍ରୀଦେବୀଙ୍କ ଜୀବନର ଶେଷ ଗୀତ। କଥାଟି ଶୁଣି ଆପଣଙ୍କୁ ଝଟ୍‌କା ଲାଗିଥିବ। କିନ୍ତୁ ସତ ସବୁବେଳେ ସତ। ନିୟତି ଉପରେ କାହାର ହାତ ନ ଥାଏ, ଏ କଥା ଆପଣ ନିଶ୍ଚିତ ବିଶ୍ୱାସ କରିବେ। କାରଣ ଧପ୍‌ଧପ୍‌ ଆଲୁଅର ଲୁଚକାଳି ଖେଳ ଭିତରେ ଯେତେବେଳେ ଏହି ଗୀତଟି ବାଜିଥିଲା କିଏ ଜାଣିଥିଲା ଏଇଟା କାହା ଜୀବନର ଶେଷ ଗୀତ ବୋଲି। ଶ୍ରୀଦେବୀ ବି ଜାଣି ନ ଥିଲେ । ଗୀତଟି ବାଜୁଥିବା ବେଳେ ସ୍ୱାମୀ ବୋନି କପୁରଙ୍କ ସହ ଦୁବାଇର ସେଇ ଷ୍ଟେଜ୍‌କୁ ଚଢି ଯାଇଥିଲେ ଶ୍ରୀଦେବୀ। ପିନ୍ଧିଥିଲେ ନୀଳ ଆଉ ସୁନେଲି ରଙ୍ଗର ଲହେଙ୍ଗା, ଭାରି ମାନୁଥିଲା ତାଙ୍କୁ । ଆଉ ବୋନିଙ୍କ ଦେହରେ ଥାଏ କଳା କୋର୍ଟ। ଉଭୟ ବେସ୍‌ ତଲ୍ଲିନ୍‌ ହୋଇ ନାଚୁଥାନ୍ତି। ହେଲେ କିଏ ଜାଣିଥିଲା ରାତିର ଏ ସୁଖ ସକାଳକୁ ନ ଥିବ ବୋଲି। ସତକୁ ସତ ବୋନିଙ୍କୁ ପରକରି ଚାଲିଗଲେ ଶ୍ରୀଦେବୀ।</p> <p>ଶ୍ରୀଦେବୀଙ୍କ ଜୀବନ ରଙ୍ଗମଞ୍ଚର ଶେଷ ଦୃଶ୍ୟ କଏଦ ହୋଇଥିବା ଏହି ଭିଡିଓ ଏବେ ଭାଇରାଲ ହୋଇଛି। ଯାହାକୁ ଦେଖି ଆପଣ ଆପଣଙ୍କ ପ୍ରିୟ ଅଭିନେତ୍ରୀଙ୍କ ଦୁଃଖଦ ବିଦାୟରେ ଭାବବିହ୍ୱଳ ହୋଇପଡିବେ ନିଶ୍ଚିତ।</p> <p>&nbsp;</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।