ପାକିସ୍ତାନକୁ ପୁଣି ଝଟ୍‌କା: ସାର୍କ ସମ୍ମିଳନୀରୁ ଓହରିଲା ଶ୍ରୀଲଙ୍କା

କୋଲମ୍ବୋ: ପାକିସ୍ତାନକୁ ଲାଗିଛି ଆଉ ଏକ ଝଟ୍‌କା। ଇସ୍‌ଲାମବାଦରେ ହେବାକୁ ଥିବା ୧୯ତମ ସାର୍କ ଶିଖର ସମ୍ମିଳନୀରୁ ଓହରି ଯାଇଛି ଶ୍ରୀଲଙ୍କା। ଏପରି କରିବାରେ ଶ୍ରୀଲଙ୍କା ହେଉଛି ପଞ୍ଚମ ରାଷ୍ଟ୍ର। ଉରିରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରଥମ ରାଷ୍ଟ୍ର ଭାବେ ଇସ୍‌ଲାମବାଦରେ ହେବାକୁ ଥିବା ସାର୍କ ସମ୍ମିଳନୀରୁ ଓହରି ଯାଇଥିଲା। ପରେ ଭୁଟାନ, ବାଂଲାଦେଶ ଓ ଆଫଗାନିସ୍ତାନ ଭାରତକୁ ସମର୍ଥନ କରି ସାର୍କ ସମ୍ମିଳନୀରୁ ଓହରି ଯାଇଥିଲେ। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଏକ ପ୍ରେସ୍ ବିବୃତ୍ତିରେ […]

srilanka

Rakesh Mallick
  • Published: Friday, 30 September 2016
  • , Updated: 04 May 2017, 03:44 PM IST

କୋଲମ୍ବୋ: ପାକିସ୍ତାନକୁ ଲାଗିଛି ଆଉ ଏକ ଝଟ୍‌କା। ଇସ୍‌ଲାମବାଦରେ ହେବାକୁ ଥିବା ୧୯ତମ ସାର୍କ ଶିଖର ସମ୍ମିଳନୀରୁ ଓହରି ଯାଇଛି ଶ୍ରୀଲଙ୍କା। ଏପରି କରିବାରେ ଶ୍ରୀଲଙ୍କା ହେଉଛି ପଞ୍ଚମ ରାଷ୍ଟ୍ର।

ଉରିରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରଥମ ରାଷ୍ଟ୍ର ଭାବେ ଇସ୍‌ଲାମବାଦରେ ହେବାକୁ ଥିବା ସାର୍କ ସମ୍ମିଳନୀରୁ ଓହରି ଯାଇଥିଲା। ପରେ ଭୁଟାନ, ବାଂଲାଦେଶ ଓ ଆଫଗାନିସ୍ତାନ ଭାରତକୁ ସମର୍ଥନ କରି ସାର୍କ ସମ୍ମିଳନୀରୁ ଓହରି ଯାଇଥିଲେ।

ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି,“ବର୍ତ୍ତମାନ ଇସ୍‌ଲାମବାଦରେ ଉଣେଇଶତମ ସାର୍କ ଶିଖର ସମ୍ମିଳନୀ ଆୟୋଜନ କରିବା ପାଇଁ ଏକ ସୁସ୍ଥ ବାତାବରଣ ନାହିଁ।”

ସେ ତାଙ୍କ ବିବୃତ୍ତିରେ ଭାରତ ଓ ପାକିସ୍ତାନର ନାଁ ଉଲ୍ଲେଖ କରି ନାହାନ୍ତି। ତେବେ ଶ୍ରୀଲଙ୍କା ସମସ୍ତ ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପକୁ ବିରୋଧ କରେ ବୋଲି ସେ ଉଲ୍ଲେଖ କରିଛନ୍ତି।

Related story