ଶ୍ରୀଲଙ୍କା ନରସଂହାର, ଟାର୍ଗେଟରେ ଥିଲେ ଭାରତୀୟ ଉଚ୍ଚାୟୁକ୍ତ

ନୂଆଦିଲ୍ଲୀ : ଚଳିତବର୍ଷ ଏପ୍ରିଲ ୨୧ରେ ଇଷ୍ଟର୍‌ ଦିନ ଶ୍ରୀଲଙ୍କାରେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଶ୍ରୀଲଙ୍କା ନରସଂହାର କାରଣ ସାମ୍ନାକୁ ଆସିଛି। ଶ୍ରୀଲଙ୍କାର ପାର୍ଲାମେଣ୍ଟ ସିଲେକ୍ସନ କମିଟି (ପିଏସସି) ତଦନ୍ତ କରି ଏହି ରିପୋର୍ଟ ଗତକାଲି ପ୍ରକାଶ କରିଛନ୍ତି। ୧୬୪୯ପୃଷ୍ଠାର ଏହି ରିପୋର୍ଟରେ ଉଲ୍ଲେଖ ରହିଛି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ। ଏମିତିକି ଶ୍ରୀଲଙ୍କାର ଗୁଇନ୍ଦା ସଂସ୍ଥା ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ସୂଚନା ପାଇଥିଲା ବୋଲି ପିଏସସି ରିପୋର୍ଟରେ ଉଲ୍ଲେଖ ରହିଛି। ଏପ୍ରିଲ […]

sri lanka blast

Subhransu Sekhar
  • Published: Thursday, 24 October 2019
  • , Updated: 24 October 2019, 10:23 PM IST

ନୂଆଦିଲ୍ଲୀ : ଚଳିତବର୍ଷ ଏପ୍ରିଲ ୨୧ରେ ଇଷ୍ଟର୍‌ ଦିନ ଶ୍ରୀଲଙ୍କାରେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଶ୍ରୀଲଙ୍କା ନରସଂହାର କାରଣ ସାମ୍ନାକୁ ଆସିଛି। ଶ୍ରୀଲଙ୍କାର ପାର୍ଲାମେଣ୍ଟ ସିଲେକ୍ସନ କମିଟି (ପିଏସସି) ତଦନ୍ତ କରି ଏହି ରିପୋର୍ଟ ଗତକାଲି ପ୍ରକାଶ କରିଛନ୍ତି। ୧୬୪୯ପୃଷ୍ଠାର ଏହି ରିପୋର୍ଟରେ ଉଲ୍ଲେଖ ରହିଛି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ। ଏମିତିକି ଶ୍ରୀଲଙ୍କାର ଗୁଇନ୍ଦା ସଂସ୍ଥା ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ସୂଚନା ପାଇଥିଲା ବୋଲି ପିଏସସି ରିପୋର୍ଟରେ ଉଲ୍ଲେଖ ରହିଛି।

ଏପ୍ରିଲ ୨୧ରେ ଶ୍ରୀଲଙ୍କାର ତିନୋଟି ଚର୍ଚ୍ଚ ଏବଂ ୫ଟି ହୋଟେଲରେ ଆତଙ୍କବାଦୀମାନେ ବିସ୍ପୋରଣ କରିଥିଲେ। ଏହି ନରସଂହାର ଘଟଣାରେ ମୋଟ ୨୭୭ଜଣ ଲୋକ ପ୍ରାଣ ହରାଇଥିଲେ। ଯେଉଁଥିରେ ୧୧ଭାରତୀୟ ମଧ୍ୟ ଥିଲେ।

ସେତେବେଳେ ଏହି ନରସଂହାର ପାଇଁ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍‌ ଏବଂ ନ୍ୟାଶନାଲ ତୋହିଦ ଜମାତ (ଏନଟିଜେ) ନିଜକୁ ଦାୟୀ କରିଥିଲେ।

Related story