ଆତଙ୍କବାଦୀଙ୍କ ସମସ୍ତ ଚାଲ୍‌କୁ ଧ୍ୱଂସ କରୁଛୁ: ସେନାମୁଖ୍ୟ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କୁ ଦିଆଯାଇଛି କଡ଼ା ଜବାବ। ଆତଙ୍କୀଙ୍କ ସମସ୍ତ ପ୍ରଚେଷ୍ଟାକୁ ବିଫଳ କରିପାରିଛି ଭାରତୀୟ ସେନା। ବିଗତ ଦିନରେ ଉପତ୍ୟକାରେ ଘଟୁଥିବା ଆତଙ୍କବାଦୀ ଗତିବିଧି କେବଳ ଆତଙ୍କବାଦୀଙ୍କ ବିଫଳତାର ପ୍ରତିଫଳନ। ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ସେନା ମୁଖ୍ୟ ଜେନେରାଲ ବିପିନ୍ ରାୱାତ। ଆତଙ୍କବାଦ ସାରା ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କରିଛି, ଏହାର ମୂଳୋତ୍ପାଟନ ପାଇଁ ଭାରତୀୟ ସେନା ପ୍ରସ୍ତୁତ ବୋଲି କହିଛନ୍ତି ଜେନେରାଲ ରାୱାତ। ଆତଙ୍କବାଦ ସହ […]

Rakesh Mallick
  • Published: Saturday, 21 October 2017
  • , Updated: 21 October 2017, 07:38 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କୁ ଦିଆଯାଇଛି କଡ଼ା ଜବାବ। ଆତଙ୍କୀଙ୍କ ସମସ୍ତ ପ୍ରଚେଷ୍ଟାକୁ ବିଫଳ କରିପାରିଛି ଭାରତୀୟ ସେନା। ବିଗତ ଦିନରେ ଉପତ୍ୟକାରେ ଘଟୁଥିବା ଆତଙ୍କବାଦୀ ଗତିବିଧି କେବଳ ଆତଙ୍କବାଦୀଙ୍କ ବିଫଳତାର ପ୍ରତିଫଳନ। ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ସେନା ମୁଖ୍ୟ ଜେନେରାଲ ବିପିନ୍ ରାୱାତ। ଆତଙ୍କବାଦ ସାରା ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କରିଛି, ଏହାର ମୂଳୋତ୍ପାଟନ ପାଇଁ ଭାରତୀୟ ସେନା ପ୍ରସ୍ତୁତ ବୋଲି କହିଛନ୍ତି ଜେନେରାଲ ରାୱାତ। ଆତଙ୍କବାଦ ସହ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ମିଳିବ କଠୋର ଦଣ୍ଡ, ସେନା ଏଥିନିମନ୍ତେ ସ୍ୱତନ୍ତ୍ର ରଣନୀତି ବି ପ୍ରସ୍ତୁତ କରୁଥିବା ସେ ସୂଚନା ଦେଇଥିଲେ। ବିଚ୍ଛିନ୍ନବାଦୀ ନେତାଙ୍କ ଘରେ ଏନ୍ଆଇଏ ରେଡ ମାମଲାକୁ ନେଇ ବି ପ୍ରତିକ୍ରିୟା ରଖିଥିଲେ ଜେନେରାଲ ରାୱତ। ଏନ୍ଆଇଏ ତଦନ୍ତ ସରକାରୀ ବ୍ୟବସ୍ଥାର ଏକ ଅଂଶ ଯାହାର ପ୍ରତିଫଳନ ପରବର୍ତ୍ତି ସମୟରେ ଜଣାପଡ଼ିବ। ଆଜି ଶ୍ରୀନଗରରେ ସାମ୍ବାଦିକ ସମ୍ମିଳନୀରେ ଏପରି କିଛି ତଥ୍ୟ ରଖିଥିଲେ ଜେନେରାଲ ରାୱତ।

Related story