ଶ୍ରୀନଗର: ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ୨ ପୋଲିସ୍ କର୍ମଚାରୀ ମୃତ

ଶ୍ରୀନଗର:ଶ୍ରୀନଗରର ପୁରଣା ସହର ଅଞ୍ଚଳର ଜନ୍ଦିବଲ ଚୌକରେ ଆଜି ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ୨ ଜଣ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଲୋକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଜ୍ଞାତ ବନ୍ଧୁକଧାରୀ ଆକ୍ରମଣ କରିବା ପରେ ଫେରାର ହୋଇଯାଇଛନ୍ତି। ଆକ୍ରମଣକାରୀମାନେ ଆତଙ୍କବାଦୀ ହୋଇଥିବା ସନ୍ଦେହ କରାଯାଉଛି । ଆକ୍ରମଣ ପରେ  ପୋଲିସ୍ ସେହି ଅଞ୍ଚଳର ଚତୁପାର୍ଶ୍ୱରେ ଘେରାବନ୍ଦୀ କରିଦେଇଛି। ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିଦିଆଯାଇଛି। ପୋଲିସ୍  ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ […]

sri

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 09:55 AM IST

ଶ୍ରୀନଗର:ଶ୍ରୀନଗରର ପୁରଣା ସହର ଅଞ୍ଚଳର ଜନ୍ଦିବଲ ଚୌକରେ ଆଜି ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ୨ ଜଣ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଲୋକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଜ୍ଞାତ ବନ୍ଧୁକଧାରୀ ଆକ୍ରମଣ କରିବା ପରେ ଫେରାର ହୋଇଯାଇଛନ୍ତି। ଆକ୍ରମଣକାରୀମାନେ ଆତଙ୍କବାଦୀ ହୋଇଥିବା ସନ୍ଦେହ କରାଯାଉଛି । ଆକ୍ରମଣ ପରେ  ପୋଲିସ୍ ସେହି ଅଞ୍ଚଳର ଚତୁପାର୍ଶ୍ୱରେ ଘେରାବନ୍ଦୀ କରିଦେଇଛି। ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିଦିଆଯାଇଛି। ପୋଲିସ୍  ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଦେଇଛି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଆଇଏସଆଇ ଜମ୍ମୁ-କାଶ୍ମୀରରେ ଏକ ବଡ଼ ଧରଣର ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଗୁଇନ୍ଦା  ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ସେଥିପାଇଁ ଜମ୍ମୁ-କାଶ୍ମୀରରେ ହାଇଆଲର୍ଟ ଜାରି କରାଯାଇଥିଲା। ଆଇଏସଆଇ ଆତଙ୍କବାଦୀ ସଂଗଠନ ଜରିଆରେ ସେନା କ୍ୟାମ୍ପ, ପୋଲିସ୍ ଷ୍ଟେସନ ଓ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା  ପାଇଁ ଟାର୍ଗେଟ କରିଥିଲା ବୋଲି ଗୋଇନ୍ଦା ବିଭାଗ ସୂଚନା ଦେଇଥିଲା।

Related story