ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ‘ଅରେଞ୍ଜ ଜୁସ୍ ଗ୍ଲାସ କାହିଁ?’
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପୁଣି ଏକ ପ୍ରଶ୍ନ ଉଠାଇଛନ୍ତି। ସୁଶାନ୍ତ ଆତ୍ମହତ୍ୟା ପୂର୍ବରୁ ସକାଳୁ ଉଠି ଅରେଞ୍ଜ ଜୁସ୍ ପିଇଥିଲେ। ଏହାପରେ ସେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଏବେ ସେ ଅରେଞ୍ଜ ଜୁସ୍ କାହିଁ ବୋଲି ସୁବ୍ରମଣ୍ୟମ ସ୍ୱାମୀ ପ୍ରଶ୍ନ କରିଛନ୍ତି। ସେହି ଗ୍ଲାସକୁ କାହିଁକି ସୁରକ୍ଷିତ କରି ରଖାଗଲା ନାହିଁ ବୋଲି ସ୍ୱାମୀ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି। ଏମିତିକି ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଥିବା ବେଳେ ତାଙ୍କ ଆପାର୍ଟମେଣ୍ଟକୁ କାହିଁକି ସିଲ୍ କରି ନରଖାଗଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି।
ସୁଶାନ୍ତ ସିଂ ରାଜପୁତଙ୍କ ପାରିବାରିକ ଓକିଲ ବିକାଶ ସିଂ ଏକ ଗଣମାଧ୍ୟମକୁ କହିଥିଲେ ଯେ ଏମ୍ସ ଫରେନସିକ୍ ଟିମର ଅଧ୍ୟକ୍ଷ ସୁଧୀର ଗୁପ୍ତା ତାଙ୍କୁ ଫୋନ୍ କରି ପ୍ରଥମେ କହିଥିଲେ ଯେ ସୁଶାନ୍ତଙ୍କୁ ‘ତଣ୍ଟି ଚିପି’ 200 ପ୍ରତିଶତ ହତ୍ୟା କରାଯାଇଛି। ହେଲେ ସେ ରେକର୍ଡିଂ କରି ରଖିନାହାନ୍ତି ବୋଲି କହିଥିଲେ। ଏହାପରେ ସୁବ୍ରମଣ୍ୟମ ସ୍ୱାମୀ ଏଭଳି ଟ୍ୱିଟ୍ କରିଛନ୍ତି। ଅନ୍ୟପଟେ ଏମ୍ସ ଫରେନସିକ ଟିମର ରିପୋର୍ଟକୁ ତର୍ଜମା କରିବା ପାଇଁ ପାର୍ଲାମେଣ୍ଟର ଷ୍ଟାଣ୍ଡିଂ କମିଟିକୁ ଆହ୍ୱାନ କରିଛନ୍ତି।
SSR Murder Case Status & US Presidential Elections https://t.co/XcMfIpCRWZ
— Subramanian Swamy (@Swamy39) October 11, 2020
ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତଙ୍କ ରୋଷେୟା ନୀରଜ ଏକ ସାକ୍ଷାତକାରରେ କହିଥିଲେ ଯେ ସୁଶାନ୍ତ ତାଙ୍କ ଘରୋଇ କର୍ମଚାରୀ କେଶବଙ୍କୁ ସେଦିନ ଜଳଖିଆ ମାଗିଥିଲେ। ଏହାପରେ ସୁଶାନ୍ତ ପଇଡ଼ ପାଣି, ଅରେଞ୍ଜ ଜୁସ୍ ଏବଂ କଦଳୀ ନେଇ ଯିବେ। ପରେ ସୁଶାନ୍ତ ପଇଡ଼ ପାଣି ଏବଂ ଜୁସ୍ ନେଇ କହିଥିଲେ ଯେ ପରେ କଦଳୀ ଖାଇବେ। ହେଲେ କିଛି ସମୟ ପରେ ସୁଶାନ୍ତଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ତେବେ ସିବିଆଇ ଆଗରେ ନୀରଜ ଏଭଳି ବିବୃତ୍ତି ବଜାୟ ରଖିଛନ୍ତି କି ନାହିଁ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।