୧୦ ଟଙ୍କିଆ ଶାଢ଼ି ପାଇଁ ମଲ୍‌ରେ ଦଳାଚକଟା ସ୍ଥିତି

ହାଇଦ୍ରାବାଦ: ୧୦ ଟଙ୍କାରେ ମିଳୁଛି ଶାଢ଼ି। ଏ ଖବର ପ୍ରଚାରିତ ହୋଇଯିବା ପରେ ମଲ୍‌ରେ ଲାଗିଥିଲା ମହିଳା ଓ ଯୁବତୀଙ୍କ ଭିଡ଼। ହେଲେ ଭିଡ଼ ବଢ଼ି ଦଳାଚକଟା ସ୍ଥିତି ଉପୁଜିବ ବୋଲି ଆଦୌ ଆକଳନ କରି ନଥିଲେ ମଲ୍‌ କର୍ତ୍ତୃପକ୍ଷ। ତେବେ ଭାଗ୍ୟ ଭଲ ସ୍ଥିତି ଅଧିକ ବିଗିଡ଼ିବା ପୂର୍ବରୁ ପୁଲିସ୍ ଆସି ନିୟନ୍ତ୍ରଣ କରି ଦେଇଥିଲା। ଏ ଘଟଣା ଘଟିଛି ହାଇଦ୍ରାବାଦର ସିଦ୍ଦିପେଟ୍‌ର ସିଏମ୍‌ଆର୍‌ ମଲ୍‌ରେ। ପ୍ରବଳ ଭିଡ଼ ଯୋଗୁ ହୋଇଥିବା ଠେଲାପେଲାରେ ପଡ଼ି ଅନେକ […]

56

Jitendra Garnayak
  • Published: Sunday, 17 February 2019
  • , Updated: 17 February 2019, 08:19 AM IST

ହାଇଦ୍ରାବାଦ: ୧୦ ଟଙ୍କାରେ ମିଳୁଛି ଶାଢ଼ି। ଏ ଖବର ପ୍ରଚାରିତ ହୋଇଯିବା ପରେ ମଲ୍‌ରେ ଲାଗିଥିଲା ମହିଳା ଓ ଯୁବତୀଙ୍କ ଭିଡ଼। ହେଲେ ଭିଡ଼ ବଢ଼ି ଦଳାଚକଟା ସ୍ଥିତି ଉପୁଜିବ ବୋଲି ଆଦୌ ଆକଳନ କରି ନଥିଲେ ମଲ୍‌ କର୍ତ୍ତୃପକ୍ଷ। ତେବେ ଭାଗ୍ୟ ଭଲ ସ୍ଥିତି ଅଧିକ ବିଗିଡ଼ିବା ପୂର୍ବରୁ ପୁଲିସ୍ ଆସି ନିୟନ୍ତ୍ରଣ କରି ଦେଇଥିଲା।

ଏ ଘଟଣା ଘଟିଛି ହାଇଦ୍ରାବାଦର ସିଦ୍ଦିପେଟ୍‌ର ସିଏମ୍‌ଆର୍‌ ମଲ୍‌ରେ। ପ୍ରବଳ ଭିଡ଼ ଯୋଗୁ ହୋଇଥିବା ଠେଲାପେଲାରେ ପଡ଼ି ଅନେକ ମହିଳା ଓ ଯୁବତୀ ଆହତ ହୋଇଛନ୍ତି ବୋଲି ପୁଲିସ୍ କହିଛି।

ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ଭିଡ଼ରେ ତାଙ୍କର ସୁନା ଚେନ୍ ଚୋରି ହୋଇଯାଇଛି।

ପୁଲିସ୍ ଏ ପୂରା ଘଟଣାର ତଦନ୍ତ କରୁଛି।

Related story