ନଷ୍ଟ ହେଉଛି ୫ ହଜାର ଟନ୍ ଆମଦାନୀ ପିଆଜ!

ନୂଆଦିଲ୍ଲୀ: ବର୍ଷ ବଦଳିଛି ହେଲେ ପିଆଜ ଦାମ ଏବେ ବି ଶହେ ଉପରେ ରହିଛି। ଲୋକମାନେ ମଧ୍ୟ ପିଆଜ ବ୍ୟବହାର ନେଇ ସତର୍କ ହୋଇ ଯାଇଛନ୍ତି। ପିଆଜ ବ୍ୟବସାୟ ଏକ ପ୍ରକାର ମାନ୍ଦା ପଡ଼ିଛି। ବଜାରରେ ଯେତିକି ପିଆଜ ମହଜୁଦ ରହିଛି ସେଥିରେ ବ୍ୟବସାୟୀମାନେ ସନ୍ତୁଷ୍ଚ। ଅନ୍ୟପଟେ ପିଆଜର ଆବଶ୍ୟକତାକୁ ଦେଖି କେନ୍ଦ୍ର ସରକାର ବିଦେଶରୁ ପିଆଜ ଆମଦାନୀ କରିଛନ୍ତି। ହେଲେ ରାଜ୍ୟଗୁଡ଼ିକ ନୂଆ ପିଆଜ ଆସିବା ଦେଖି ବିଦେଶୀ ପିଆଜ କେନ୍ଦ୍ର ପାଖରୁ ନେଉ ନାହାନ୍ତି। […]

onion

onion

Subhransu Sekhar
  • Published: Friday, 03 January 2020
  • Updated: 03 January 2020, 04:00 PM IST

Sports

Latest News

ନୂଆଦିଲ୍ଲୀ: ବର୍ଷ ବଦଳିଛି ହେଲେ ପିଆଜ ଦାମ ଏବେ ବି ଶହେ ଉପରେ ରହିଛି। ଲୋକମାନେ ମଧ୍ୟ ପିଆଜ ବ୍ୟବହାର ନେଇ ସତର୍କ ହୋଇ ଯାଇଛନ୍ତି। ପିଆଜ ବ୍ୟବସାୟ ଏକ ପ୍ରକାର ମାନ୍ଦା ପଡ଼ିଛି। ବଜାରରେ ଯେତିକି ପିଆଜ ମହଜୁଦ ରହିଛି ସେଥିରେ ବ୍ୟବସାୟୀମାନେ ସନ୍ତୁଷ୍ଚ। ଅନ୍ୟପଟେ ପିଆଜର ଆବଶ୍ୟକତାକୁ ଦେଖି କେନ୍ଦ୍ର ସରକାର ବିଦେଶରୁ ପିଆଜ ଆମଦାନୀ କରିଛନ୍ତି। ହେଲେ ରାଜ୍ୟଗୁଡ଼ିକ ନୂଆ ପିଆଜ ଆସିବା ଦେଖି ବିଦେଶୀ ପିଆଜ କେନ୍ଦ୍ର ପାଖରୁ ନେଉ ନାହାନ୍ତି। ଯଦି ରାଜ୍ୟଗୁଡ଼ିକ ସହଯୋଗର ହାତ ନବଢ଼ାଇବେ ତାହେଲେ କେନ୍ଦ୍ର ଆଣିଥିବା ପିଆଜଗୁଡ଼ିକ ନଷ୍ଟ ହୋଇଯିବ।

କେନ୍ଦ୍ର ୪୫ ହଜାର ଟନ୍ ପିଆଜ ତୁର୍କୀ, ଇଜିପ୍ଟ ଓ ଆଫଗାନିସ୍ତାନରୁ ମଗାଇବ ବୋଲି ନିଷ୍ପତ୍ତି ନେଇଛି। ଯେଉଁଥିରୁ ୫ ହଜାର ଟନ୍ ପିଆଜ ଆମଦାନୀ ହୋଇସାରିଛି। ଏବେ ବି ଅନେକ ପିଆଜ ଜାହାଜରେ ମହଜୁଦ ରହିଛି। ଯୋଗାଣ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଯଦି ରାଜ୍ୟ ଗୁଡ଼ିକ ପିଆଜ ନଉଠାଇବେ ତାହେଲେ କେନ୍ଦ୍ରକୁ ଅନେକ କ୍ଷତି ଏ ବାବଦରେ ସହିବାକୁ ପଡ଼ିବ। କାରଣ ଅଧିକ ସମୟ ପର୍ଯ୍ୟନ୍ତ ପିଆଜଗୁଡ଼ିକୁ ସଂରକ୍ଷଣ କରି ରଖିହେବନି। ରାଜ୍ୟଗୁଡ଼ିକ ଏହି ୫ ହଜାର ଟନ୍ ପିଆଜ ନେବାରେ ଶୀଥିଳତା ଦେଖାଇଥିବା ଜଣାପଡ଼ିଛି।

ଏବେ ନୂଆ ପିଆଜ ମଣ୍ଡିକୁ ଆସିବା ଆରମ୍ଭ କରିଛି। ଧୀରେ ଧୀରେ ବଜାରକୁ ନୂଆ ପିଆଜ ପ୍ରବେଶ କରିବ। ଲାସଲଗାଁ ମଣ୍ଡି ଗୁରୁବାର ୧ କ୍ୱିଣ୍ଟାଲ ପିଆଜ ଉଠାଇଛି। ଏହି ପିଆଜର ଦାମ ମୋଟ ୩୫୦୦ ରହିଛି। ପୂର୍ବରୁ କିନ୍ତୁ ଏହି ୧ କ୍ୱିଣ୍ଟାଲ ପିଆଜର ଦାମ ୮୬୦୦ ଟଙ୍କା ଥିଲା। ହେଲେ ଖୁଚୁରା ମାର୍କେଟରେ ଏବେ ବି ପିଆଜ ୯୦ ଟଙ୍କା ସର୍ବନିମ୍ନ ରହିଛି।

ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ପିଆଜ ଦର ଏହି ସମୟରେ ବଢ଼ିଥିବା ଦେଖି କେନ୍ଦ୍ର ସରକାର ୨୦୧୯ରେ ପିଆଜ ପୂର୍ବ ଅପେକ୍ଷା ୨ ଗୁଣ ମହଜୁଦ ରଖିବେ ବୋଲି ସ୍ଥିର କରିଥିଲେ। ଏମିତିକି ୫୬, ୦୦୦ ଟନ୍ ବଫର ଷ୍ଟକ ପିଆଜ ରଖିଥିଲେ। ହେଲେ ନୂଆ ପିଆଜ ଆସିବାରେ ବିଳମ୍ୱ ହେବା ଓ ବର୍ଷା ପାଇଁ ପିଆଜ ଚାଷ ନଷ୍ଟ ହେବାରୁ ପୁଣିଥରେ ସମାନ ପରିସ୍ଥିତି ବଜାରରେ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story