ଜୟରାମ ରମେଶ କହିଲେ, ପ୍ରଣବଙ୍କ ରାଜନୈତିକ କ୍ୟାରିୟରରେ ଲାଗିଯିବ ଦାଗ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଚିଠି ଲେଖିଛନ୍ତି। ‌ଏଥିରେ ସେ ଲେଖିଛନ୍ତି, ଆରଏସ୍‌ଏସ୍‌ କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀ ଯୋଗ ଦେଲେ ତାଙ୍କର ସମଗ୍ର ରାଜନୈତିକ କ୍ୟାରିୟରରେ ଦାଗ ଲାଗିଯିବ। ଏହି ପ୍ରସଙ୍ଗରେ ନୀରବ ରହିଥିବା ପ୍ରଣବ ମୁଖାର୍ଜୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସେ ଯାହା କହିବେ ନାଗପୁରରେ ତାଙ୍କ ଭାଷଣରେ ହିଁ କହିବେ। ବଙ୍ଗଳା ଖବରକାଗଜ ଅମ୍ରିତ ବଜାର ପତ୍ରିକାକୁ […]

241743-jairam-ramesh-pranab-mukher

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 05:02 PM IST

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଚିଠି ଲେଖିଛନ୍ତି। ‌ଏଥିରେ ସେ ଲେଖିଛନ୍ତି, ଆରଏସ୍‌ଏସ୍‌ କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀ ଯୋଗ ଦେଲେ ତାଙ୍କର ସମଗ୍ର ରାଜନୈତିକ କ୍ୟାରିୟରରେ ଦାଗ ଲାଗିଯିବ।

ଏହି ପ୍ରସଙ୍ଗରେ ନୀରବ ରହିଥିବା ପ୍ରଣବ ମୁଖାର୍ଜୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସେ ଯାହା କହିବେ ନାଗପୁରରେ ତାଙ୍କ ଭାଷଣରେ ହିଁ କହିବେ।

ବଙ୍ଗଳା ଖବରକାଗଜ ଅମ୍ରିତ ବଜାର ପତ୍ରିକାକୁ ପ୍ରଣବ ମୂଖାର୍ଜୀ କହିଛନ୍ତି,"ମତେ ଯାହାବି କହିବାର ଅଛି ମୁଁ ନାଗପୁରରେ କହିବି। ମୁଁ ଅନେକ  ଫୋନ୍ କଲ୍ ଓ ଚିଠି ପାଇଛି, କିନ୍ତୁ ସେମାନଙ୍କୁ  କୌଣସି ଉତ୍ତର ଦେଇନାହିଁ।”

ଇଂରାଜୀ ଖବର କାଗଜ ଟାଇମ୍ସ ଅଫ ଇଣ୍ଡିଆକୁ ପ୍ରତିକ୍ରିୟା ଦେଇ ଜୟରାମ ରମେଶ କହିଛନ୍ତି, ରାଷ୍ଟ୍ରପତି ଭବନ କିମ୍ବା ତାଙ୍କ ବାସଭବନରେ ଆରଏସ୍‌ଏସ୍ କର୍ମକର୍ତ୍ତାଙ୍କୁ ଭେଟିବା ଗୋଟିଏ କଥା। ସେମାନଙ୍କ ନାଗପୁର ସ୍ଥିତ ଗର୍ଭଗୃହକୁ ଯିବା ଆଉ ଏକ କଥା। ଏହ ଦୁଇଟି ଭିତରେ ବହୁତ ପାର୍ଥକ୍ୟ ରହିଛ। ଏହା ସେହି ମାନଙ୍କ କାର୍ଯ୍ୟକ୍ରମ  ଯେଉଁମାନେ ଭାରତୀୟ ସମ୍ବିଧାନର ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରିଥାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆରଏସ୍‌ଏସ୍‌ ଏମିତି ଚିନ୍ତାଧାରାରେ ଚାଲିଛି ଯେଉଁଥିରେ ଆମ୍ବେଦକର ଏବଂ ଗାନ୍ଧିଙ୍କୁ ବିରୋଧ କରାଯାଏ।

କଂଗ୍ରେସର ଶିଲା ଦୀକ୍ଷିତ, କୁମାରି ସେଲଜା ଏବଂ ପି ଚିଦାମ୍ବରମ ମଧ୍ୟ ପ୍ରଣବଙ୍କ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ପ୍ରଣବ ସେଠାକୁ କେମିତି ଯାଉଛନ୍ତି ଯେତେବେଳେକି  ଆରଏସ୍‌ଏସ୍‌ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମକଦ୍ଦମା କରିଛି, ଯାହାକି ମହାରାଷ୍ଟ୍ର କୋର୍ଟରେ ବିଚାରାଧୀନ ରହିଛି।

Related story