ନିଜ ଇଚ୍ଛାରେ ଲକଡାଉନ ଲାଗୁ କରିପାରିବେ ନାହିଁ ରାଜ୍ୟ ସରକାର

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ରୁ ଦେଶରେ ଅନଲକ-୪ ଲାଗୁ ହେବ। କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ବାକି ଅଞ୍ଚଳରେ ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ ଗାଇଡଲାଇନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ କଣ୍ଟେନମେଣ୍ଟ ଜୋନରେ କଡ଼ାକଡ଼ି ଭାବେ କଟକଣା ଲାଗୁ ହେବ। ଅନେକ ସମୟରେ ରାଜ୍ୟ ସରକାରମାନେ ନିଜ ଇଚ୍ଛା ଅନୁସାରେ ଜିଲ୍ଲା ଓ ସହରରରେ ଲକଡାଉନ ଏବଂ ଶଟଡାଉନ ଲାଗୁ କରିଛନ୍ତି। ଅନଲକ-୪ରେ କିନ୍ତୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ନିଷ୍ପତ୍ତି ଉପରେ କଟକଣା ଲଗାଇଛନ୍ତି। ରାଜ୍ୟ ସରକାରମାନେ ନିଜ […]

vf

Hemant Lenka
  • Published: Saturday, 29 August 2020
  • , Updated: 29 August 2020, 08:46 PM IST

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ରୁ ଦେଶରେ ଅନଲକ-୪ ଲାଗୁ ହେବ। କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ବାକି ଅଞ୍ଚଳରେ ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ ଗାଇଡଲାଇନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ କଣ୍ଟେନମେଣ୍ଟ ଜୋନରେ କଡ଼ାକଡ଼ି ଭାବେ କଟକଣା ଲାଗୁ ହେବ।

ଅନେକ ସମୟରେ ରାଜ୍ୟ ସରକାରମାନେ ନିଜ ଇଚ୍ଛା ଅନୁସାରେ ଜିଲ୍ଲା ଓ ସହରରରେ ଲକଡାଉନ ଏବଂ ଶଟଡାଉନ ଲାଗୁ କରିଛନ୍ତି। ଅନଲକ-୪ରେ କିନ୍ତୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ନିଷ୍ପତ୍ତି ଉପରେ କଟକଣା ଲଗାଇଛନ୍ତି। ରାଜ୍ୟ ସରକାରମାନେ ନିଜ ଇଚ୍ଛା ଅନୁସାରେ ଏଣିକି ଲକଡାଉନ ଲାଗୁ କରିପାରିବେ ନାହିଁ। ଲକଡାଉନ ଲାଗୁ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ପଡ଼ିବ।

ଗାଇଡଲାଇନରେ କୁହାଯାଇଛି ଯେ କଣ୍ଟେନମେଣ୍ଟ ଜୋନ ବାହାରେ ରାଜ୍ୟ ସରକାର ଲକଡାଉନ ଲାଗୁ କରିପାରିବେ ନାହିଁ। ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଜିଲ୍ଲା, ସବଡିଭିଜନ, ସହର କିମ୍ବା ଗାଁରେ ଲକଡାଉନ ଲାଗୁ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ସମସ୍ତ ତଥ୍ୟ ଦେବେ। କେନ୍ଦ୍ର ସରକାର ଅନୁମତି ଦେଲା ପରେ ଲକଡାଉନ ଲାଗୁ କରାଯାଇ ପାରିବ।

କୌଣସି ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯିବ କିମ୍ବା ଏହାକୁ ଉଠାଯିବ, ତା’ର ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନେବ। କଣ୍ଟେନମେଣ୍ଟ ଜୋନରେ କେବଳ ଜରୁରୀ ସେବା ଉପଲବ୍ଧ ହେବ। ଜିଲ୍ଲାପାଳଙ୍କ ୱେବସାଇଟ୍‌ରେ କଣ୍ଟେନମେଣ୍ଟ ଜୋନର ଅପଡେଟ ଉପଲବ୍ଧ କରାଇବାକୁ କେନ୍ଦ୍ର ସରକାର କହିଛନ୍ତି।

ରାଜ୍ୟ ଭିତିରେ କିମ୍ବା ରାଜ୍ୟ-ରାଜ୍ୟ ଭିତରେ ଯାତାୟାତ କରିବା ପାଇଁ କୌଣସି କଟକଣା ଲାଗିବ ନାହିଁ। ଏଥିପାଇଁ ସ୍ୱତନ୍ତ୍ର ଇ-ପାସ୍‌ ମଧ୍ୟ ଦରକାର ନାହିଁ। ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶନାମାକୁ ପାଳନ କରିବାକୁ ସମସ୍ତେ ବାଧ୍ୟ।

ଦୋକାନୀମାନେ ସେମାନଙ୍କ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ଯେମିତି ବଜାୟୀ ରହିବ, ତା’ର ବ୍ୟବସ୍ଥା କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗାଇଡଲାଇନକୁ ପାଳନ କେମିତି ହେଉଛି, ତା’ର ସମୀକ୍ଷା କରିବ।

Related story