ପୁରୁଣା ଟଙ୍କା ଅଦଳବଦଳକୁ ନେଇ ୫୦୦ ବ୍ୟାଙ୍କ୍‌ ଶାଖାରେ ଷ୍ଟିଙ୍ଗ୍‌ ଅପରେସନ୍‌

ନୂଆଦିଲ୍ଲୀ: ବ୍ୟାଙ୍କ୍‌ରେ ପୁରୁଣା ନୋଟ୍‌ ଅଦଳବଦଳକୁ ନେଇ ଚାଲୁଥିବା ଗଡ଼ବଡ଼ ସଂପର୍କରେ ଯାଞ୍ଚ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଦେଶର ପାଖାପାଖି ୫୦୦ ବ୍ୟାଙ୍କ ଶାଖାଗୁଡ଼ିକରେ ଷ୍ଟିଙ୍ଗ ଅପରେସନ କରାଯାଇଛି। ଅର୍ଥମନ୍ତ୍ରାଳୟ ନିକଟରେ ୪୦୦ ଷ୍ଟିଙ୍ଗ୍‌ ଅପରେସନ୍‌ର ସିଡି ପହଁଞ୍ଚିଛି। ଏହି ଅପରେସନ୍‌ରେ ବେସରକାରୀ ଏବଂ ସରକାରୀ ବ୍ୟାଙ୍କର ଶାଖା ଅନ୍ତର୍ଭୁକ୍ତ। ଖବର ମୁତାବକ ଏହି ସିଡ଼ିରେ ବ୍ୟାଙ୍କ ଅଧିକାରୀ, ପୁଲିସ୍‌, ଦଲାଲଙ୍କ ଆପସ ସହଯୋଗରେ  କିପରି ପୁରୁଣା ନୋଟ୍‌ ବଦଳ କରାଯାଉଛି ତାହାର […]

black-money-currency

Rakesh Mallick
  • Published: Monday, 12 December 2016
  • , Updated: 12 December 2016, 01:43 PM IST

ନୂଆଦିଲ୍ଲୀ: ବ୍ୟାଙ୍କ୍‌ରେ ପୁରୁଣା ନୋଟ୍‌ ଅଦଳବଦଳକୁ ନେଇ ଚାଲୁଥିବା ଗଡ଼ବଡ଼ ସଂପର୍କରେ ଯାଞ୍ଚ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଦେଶର ପାଖାପାଖି ୫୦୦ ବ୍ୟାଙ୍କ ଶାଖାଗୁଡ଼ିକରେ ଷ୍ଟିଙ୍ଗ ଅପରେସନ କରାଯାଇଛି। ଅର୍ଥମନ୍ତ୍ରାଳୟ ନିକଟରେ ୪୦୦ ଷ୍ଟିଙ୍ଗ୍‌ ଅପରେସନ୍‌ର ସିଡି ପହଁଞ୍ଚିଛି। ଏହି ଅପରେସନ୍‌ରେ ବେସରକାରୀ ଏବଂ ସରକାରୀ ବ୍ୟାଙ୍କର ଶାଖା ଅନ୍ତର୍ଭୁକ୍ତ।

ଖବର ମୁତାବକ ଏହି ସିଡ଼ିରେ ବ୍ୟାଙ୍କ ଅଧିକାରୀ, ପୁଲିସ୍‌, ଦଲାଲଙ୍କ ଆପସ ସହଯୋଗରେ  କିପରି ପୁରୁଣା ନୋଟ୍‌ ବଦଳ କରାଯାଉଛି ତାହାର ପ୍ରମାଣ ଦେଖିବାକୁ ମିଳିଛି। ତେବେ ଅଧିକ ସୂଚନା ପାଇଁ ଏହି ଯାଞ୍ଚ ଜାରି ରହିଛି।

ମୁଦ୍ରା ସଙ୍କଟରେ ସାମାନ୍ୟ ସୁଧାର ଆସିବା ପରେ ଭ୍ରଷ୍ଟାଚାର କରୁଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ବର୍ତ୍ତମାନର କାମରେ ଯେପରି କୌଣସି ପ୍ରଭାବ ନପଡ଼େ ସେ ଦୃଷ୍ଟିରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

Related story