ଏଠି ବିବାହ କଲେ ଦେବାକୁ ହେବ ୮ଟି କଥା , ଶେଷ ସତ୍ୟପାଠଟି ମହତପୂର୍ଣ୍ଣ

ପାଟନା: ଯଦି କେହି ବିହାରରେ ବିବାହ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ସାଧାରଣତଃ ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହ ସମୟରେ ହାତଗଣ୍ଠି ପଡ଼ିଲା ବେଳେ ୭ଟି ବଚନ ରଖିବାକୁ  ପଡ଼େ।  କିନ୍ତୁ ବିହାରରେ ୮ଟି ପ୍ରତିଜ୍ଞା ଦେବାକୁ ପଡ଼ିବ।  ଅର୍ଥାତ ୮ ନମ୍ବର ପ୍ରତିଜ୍ଞାଟି ଖୁବ୍‌ ମହତପୂର୍ଣ୍ଣ। ଏହି ସତ୍ୟପାଠଟି ଏମିତି। ଉଭୟ ବର ଏବଂ କନ୍ୟାଙ୍କ ମଧ୍ୟରେ ଯେଉଁ ବିବାହ ହେଉଛି ତାହା ବାଲ୍ୟ ବିବାହ ନୁହଁ। ସେହିପରି […]

Rakesh Mallick
  • Published: Sunday, 22 October 2017
  • , Updated: 22 October 2017, 06:12 PM IST

ପାଟନା: ଯଦି କେହି ବିହାରରେ ବିବାହ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ସାଧାରଣତଃ ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହ ସମୟରେ ହାତଗଣ୍ଠି ପଡ଼ିଲା ବେଳେ ୭ଟି ବଚନ ରଖିବାକୁ  ପଡ଼େ।  କିନ୍ତୁ ବିହାରରେ ୮ଟି ପ୍ରତିଜ୍ଞା ଦେବାକୁ ପଡ଼ିବ।  ଅର୍ଥାତ ୮ ନମ୍ବର ପ୍ରତିଜ୍ଞାଟି ଖୁବ୍‌ ମହତପୂର୍ଣ୍ଣ। ଏହି ସତ୍ୟପାଠଟି ଏମିତି। ଉଭୟ ବର ଏବଂ କନ୍ୟାଙ୍କ ମଧ୍ୟରେ ଯେଉଁ ବିବାହ ହେଉଛି ତାହା ବାଲ୍ୟ ବିବାହ ନୁହଁ। ସେହିପରି ଉଭୟ ପରିବାର ମଧ୍ୟରେ ଯୌତୁକ ଆଦାନପ୍ରଦାନ ହୋଇ ନାହିଁ। ଏହି (ନଂ୮) ସତ୍ୟପାଠଟି ବିବାହ ଆୟୋଜନ ହେଉଥିବା ସ୍ଥାନ ମ୍ୟାରେଜ ସେଣ୍ଟର ବା ହୋଟେଲରେ ଦେବାକୁ ଜରୁରୀ।

ଏମିତି ଏକ ଅଭିଯାନ ବିହାରର ନୀତୀଶ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି।  ଏଥିରେ ବିଭିନ୍ନ ସଙ୍ଗଠନ ସାମିଲ ହୋଇଛନ୍ତି। ଗତ ଅକ୍ଟୋବର ୨ ତାରିଖରେ ଗାନ୍ଧି ଜୟନ୍ତୀ ଅବସରରେ  ବିହାର ମୁଖ୍ୟମନ୍ତ୍ରୀ ଏକ ଶପଥ ପାଠ କରାଇଥିଲେ। ଯୌତୁକ ପ୍ରଥାକୁ ବିରୋଧ କରି ବିଭିନ୍ନ ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟରେ ଯୌତୁକ ନ ଦେବା ଓ ନ ନେବା ପାଇଁ ଶପଥ ପାଠ କରାଇଥିଲେ। ଯଦି କେହି ଯୌତୁକ ଦାବି କରୁଛନ୍ତି ତେବେ ସେଭଳି ବିବାହକୁ ବର୍ଜନ କରିବାକୁ ନୀତୀଶ କୁମାର ଆହ୍ୱାନ ଦେଇଥିଲେ। ଯେଉଁ ନିୟମକୁ ବିହାରରେ ବିଭିନ୍ନ ସଙ୍ଗଠନକୁ ସ୍ୱାଗତ କରାଯାଇଛି। କାରଣ ବିହାରରେ ୪୦ ପ୍ରତିଶତ ବିବାହ ବାଲ୍ୟ ବିବାହ ହୋଇଥାଏ।  ତେଣୁ ଏହାକୁ ରୋକିବା ପାଇଁ ବିହାର ସରକାରଙ୍କ ପକ୍ଷରୁ ଏଭଳି ଏକ ସଚେତନାମୂଳକ ପଦକ୍ଷେପ ନିଆଯାଇଛି।

 

Related story