ବିଦାହେବା ପରେ ଶୁଭେଚ୍ଛାରେ ଚେତାବନୀ ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ବେଶ କିଛି ଦିନ ଦାୟିତ୍ୱ ତୁଲାଇବା ପରେ ଆଜି ‘ଜେଡିୟୁ ଷ୍ଟ୍ରାଟେଜୀଷ୍ଟ’ ପ୍ରଶାନ୍ତ କିଶୋରଙ୍କୁ ବହିଷ୍କାର କରିଛି। ଏହା ଉତ୍ତରରେ ପ୍ରଶାନ୍ତ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍‌ ଜରିଆରେ ନୀତୀଶ କୁମାରଙ୍କୁ ଉତ୍ତର ଦେଇଥିବାବେଳେ ଏହା ଧନ୍ୟବାଦରୁ ଆରମ୍ଭ ହୋଇଛି। ଏଥିସହିତ ଟ୍ୱିଟ୍‌ ଶେଷରେ ଈଶ୍ୱର ଆପଣଙ୍କର ମଙ୍ଗଳ କରନ୍ତୁ ବୋଲି ଲେଖା ଅଛି। କିନ୍ତୁ ମଝିରେ ଏମିତି […]

PK-Nitish

Subrat Kumar Nayak
  • Published: Wednesday, 29 January 2020
  • , Updated: 29 January 2020, 05:11 PM IST

ନୂଆଦିଲ୍ଲୀ: ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ବେଶ କିଛି ଦିନ ଦାୟିତ୍ୱ ତୁଲାଇବା ପରେ ଆଜି ‘ଜେଡିୟୁ ଷ୍ଟ୍ରାଟେଜୀଷ୍ଟ’ ପ୍ରଶାନ୍ତ କିଶୋରଙ୍କୁ ବହିଷ୍କାର କରିଛି। ଏହା ଉତ୍ତରରେ ପ୍ରଶାନ୍ତ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେ ଟ୍ୱିଟ୍‌ ଜରିଆରେ ନୀତୀଶ କୁମାରଙ୍କୁ ଉତ୍ତର ଦେଇଥିବାବେଳେ ଏହା ଧନ୍ୟବାଦରୁ ଆରମ୍ଭ ହୋଇଛି। ଏଥିସହିତ ଟ୍ୱିଟ୍‌ ଶେଷରେ ଈଶ୍ୱର ଆପଣଙ୍କର ମଙ୍ଗଳ କରନ୍ତୁ ବୋଲି ଲେଖା ଅଛି। କିନ୍ତୁ ମଝିରେ ଏମିତି କିଛି କଥା ଅଛି, ଯାହାକି ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟତ ଯୋଜନା ବାବଦରେ ଆଭାସ ଦେଇଛି।

https://twitter.com/PrashantKishor/status/1222471146928345089?s=20
ସେ ଧନ୍ୟବାଦ ଓ ଶୁଭେଚ୍ଛାର ମିଠା ଖୋଳପା ଭିତରେ ନୀତୀଶଙ୍କ ଆସନ ପ୍ରତି ଚେତାବନୀ ଦେଇଛନ୍ତି। ସେ ସମ୍ପୂର୍ଣ୍ଣ ଟ୍ୱିଟ୍‌ରେ ଲେଖିଛନ୍ତି, “ଧନ୍ୟବାଦ ନୀତଶ କୁମାର। ଆପଣ ବିହାର ମୁଖ୍ୟମନ୍ତ୍ରୀ ଆସନ ବଜାୟ ରଖିବା ନେଇ ମୋର ଶୁଭେଚ୍ଛା ଜଣାଉଛି। ଈଶ୍ୱର ଆପଣଙ୍କର ମଙ୍ଗଳ କରନ୍ତୁ।”

ପୂର୍ବରୁ ଗୁଜରାଟ ମୁଖ୍ୟମନ୍ତ୍ରୀରୁ ନରେନ୍ଦ୍ର ମୋଦିଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଇବାରେ ଅନ୍ୟତମ ଭୂମିକା ନେଇଥିବା ପ୍ରଶାନ୍ତଙ୍କୁ ଭୋଟ୍‌ କୂଟନୀତିରେ ବିଚକ୍ଷଣ କୁହାଯାଏ। ଭବିଷ୍ୟତରେ ନୀତୀଶଙ୍କୁ ହଟାଇବା ପାଇଁ ସେ ବିହାର ରାଜନୀତିରେ ନୂଆ ଗୋଟି ଚଲାଇବେ କି ନା ତା’ଉପରେ ସମସ୍ତଙ୍କ ନଜର।

Related story