ଡେରାଡୁନ୍: ଡେରାଡୁନ୍ର ଏକ ଘରୋଇ ଆବାସିକ ସ୍କୁଲରେ ଜଣେ ୧୧ ବର୍ଷର ଛାତ୍ରକୁ ତା'ର ସିନିଅର ମାନେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଗତ ଅଗଷ୍ଟ ୩ ତାରିଖରେ ଏହି ଘଟଣା ଘଟିଥିଲା। ଏହି ଛାତ୍ର ଜଣକ ତା’ର ବାପା ମା’ଙ୍କୁ ଏକଥା ଜଣାଇବା ପରେ ଏହି ବିଷୟରେ ଜଣାପଡ଼ିଥିଲା। ଏହାପରେ ପୀଡ଼ିତ ଛାତ୍ରର ବାପା ସ୍ଥାନୀୟ ଏକ ପୁଲିସ୍ ଷ୍ଟେସନ୍ରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି।
ଏହି ଅଭିଯୋଗ ଅନୁଯାୟୀ, କିଛି ସିନିଅର ଏହି ପୀଡ଼ିତ ଛାତ୍ରକୁ ଏକ ରୁମ୍କୁ ଟେକି ନେଇଥିଲେ। ସେଠାରେ ସେମାନେ ପିଲାଟିକୁ ମାଡ଼ ମାରିବା ସହ ଯୌନ ନିର୍ଯାତନା ଦେଇଥିଲେ। ଏହି ଘଟଣାରେ ଜଣେ ୧୫ ବର୍ଷ ବୟସ୍କ ଅଭିଯୁକ୍ତଙ୍କୁ ସ୍କୁଲରୁ ବହିଷ୍କାର କରାଯାଇଛି। ଦଫା ୩୭୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।