ବିଜେପି ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ କୋର୍ଟରେ ବୟାନ ଦେଲେ ପୀଡ଼ିତା

ଶାହଜାହାନପୁର: ଉତ୍ତର ପ୍ରଦେଶର ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ରାଜ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଆଜି କୋର୍ଟରେ ବୟାନ ଦେଇଛନ୍ତି ପୀଡ଼ିତା। ୫ ଘଣ୍ଚା ଧରି କୋର୍ଟରେ ବୟାନ ଦେବା ପୂର୍ବରୁ ପୀଡ଼ିତାଙ୍କୁ ୫୦ ପୁଲିସ ଏବଂ ମହିଳା ପୁଲିସ କଡ଼ା ସୁରକ୍ଷା ମଧ୍ୟରେ କୋର୍ଟକୁ ନେଇଥିଲେ। ଏହି ସମୟରେ ପୀଡି଼ତା ନିଜ ମୁହଁକୁ କଳା ଓଢ଼ଣୀରେ ଘୋଡ଼଼ାଇ ରଖିଥିଲେ। କୋର୍ଟରେ ପୀଡ଼ିତାଙ୍କ ବୟାନ ପରେ ଚିନ୍ମୟାନନ୍ଦ ଗିରଫ ହୋଇପାରନ୍ତି ବୋଲି ସୂଚନା ରହିଛି। ଚିନ୍ମୟାନନ୍ଦ […]

shahjahanpur-law-student-chinmayanand-case

Subhransu Sekhar
  • Published: Monday, 16 September 2019
  • , Updated: 16 September 2019, 06:10 PM IST

ଶାହଜାହାନପୁର: ଉତ୍ତର ପ୍ରଦେଶର ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ରାଜ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଆଜି କୋର୍ଟରେ ବୟାନ ଦେଇଛନ୍ତି ପୀଡ଼ିତା। ୫ ଘଣ୍ଚା ଧରି କୋର୍ଟରେ ବୟାନ ଦେବା ପୂର୍ବରୁ ପୀଡ଼ିତାଙ୍କୁ ୫୦ ପୁଲିସ ଏବଂ ମହିଳା ପୁଲିସ କଡ଼ା ସୁରକ୍ଷା ମଧ୍ୟରେ କୋର୍ଟକୁ ନେଇଥିଲେ। ଏହି ସମୟରେ ପୀଡି଼ତା ନିଜ ମୁହଁକୁ କଳା ଓଢ଼ଣୀରେ ଘୋଡ଼଼ାଇ ରଖିଥିଲେ। କୋର୍ଟରେ ପୀଡ଼ିତାଙ୍କ ବୟାନ ପରେ ଚିନ୍ମୟାନନ୍ଦ ଗିରଫ ହୋଇପାରନ୍ତି ବୋଲି ସୂଚନା ରହିଛି।

ଚିନ୍ମୟାନନ୍ଦ ଉତ୍ତର ପ୍ରଦେଶରେ ଅନେକ ଆଶ୍ରମ ଚଳାଉଥିବା ସହିତ ଲ କଲେଜର ମାଲିକ। ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଲ କଲଜେର ଦ୍ୱିତୀୟ ବର୍ଷର ଛାତ୍ରୀ। ଏହି ହାଇପ୍ରୋଫାଇଲ୍ ଯୌନ ନିର୍ଯାତନା ମାମଲାର ତଦନ୍ତ ଏବେ ଏସଆଇଟି କରୁଛି।

କଲେଜରେ ଆଡମିଶନ ବେଳେ ଚିନ୍ମୟାନନ୍ଦ ସେତେବେଳେ ଯୁବତୀଙ୍କୁ ସହଯୋଗ କରିଥିଲେ। କାଳକ୍ରମେ ଲ କଲେଜରେ ଥିବା ହଷ୍ଟେଲରେ ମଧ୍ୟ ରହୁଥିଲେ ପୀଡ଼ିତା। ଏହି ସମୟରେ ଚିନ୍ମୟାନନ୍ଦ ତାଙ୍କ ଗାଧୁଆ ଘରେ ସିସିଟିଭି କ୍ୟାମେରା ଲଗାଇ ତାଙ୍କର ଭିଡିଓ ପ୍ରସ୍ତୁତ କରି ବ୍ଲାକମେଲିଂ କରିଥିଲେ। ଭିଡିଓ ଭାଇରାଲ କରିଦେବାକୁ କହି ଯୌନ ନିର୍ଯାତନା ଦେଇଥିଲେ।

ଏହାପରେ ଚିନ୍ମୟାନନ୍ଦ ତାଙ୍କ ଆଶ୍ରମକୁ ଦେହ ମାଲିସ କରିବା ପାଇଁ ଯୁବତୀଙ୍କୁ ଡ଼ାକିଥିଲେ। ଏହି ସମୟରେ ଯୁବତୀ ଜଣଙ୍କ ପ୍ରମାଣ ସ୍ୱରୂପ ଦେହ ମାଲିସର ଭିଡିଓ ରେକର୍ଡିଂ କରି ନେଇଥିଲେ। ଯାହାକି ସେ ଏସଆଇଟି ଟିମକୁ ଦେଇଛନ୍ତି।

ଏସଆଇଟି ଟିମ୍ ଚିନ୍ମୟାନନ୍ଦ ରହୁଥିବା ଘରକୁ ତଦନ୍ତ ପାଇଁ ଯିବା ବେଳେ  ନୂଆ ରଙ୍ଗ ଦେଇ ଦିଆଯାଇଥିବା ପୀଡ଼ିତା କହିଛନ୍ତି। ହେଲେ ଦେହ ମାଲିସ ବେଳେ ବ୍ୟବହୃତ ହେଉଥିବା ୨ଟି ତେଲ ଘଡ଼ା ହଟା ଯାଇନାହିଁ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ଶାହଜାହାନପୁରରେ ଥିବା ଚିନ୍ମୟାନନ୍ଦ ଲ କଲେଜରେ ଏଲଏଲବି ପଢ଼ୁଥିବା ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ନାଟକୀୟ ଭାବରେ ଅଭିଯୋଗ ଆଣିଥିବା ଛାତ୍ରୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ। ଏହାପରେ ଅଗଷ୍ଟ ୩୦ ସକାଳେ ରାଜସ୍ଥାନର ଫତେପୁର ନିକଟରୁ ଯୁବତୀ ଓ ତାଙ୍କ ବନ୍ଧୁ ସଞ୍ଜୟ ସିଂହଙ୍କୁ ଉଦ୍ଧାର କରିଥିଲା ପୁଲିସ୍।

ଏହାପରେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରି ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡିତା ଚିନ୍ମୟାନନ୍ଦଙ୍କ ସେକ୍ସ ସିଡି ପ୍ରସ୍ତୁତ କରି ଏସଆଇଟିକୁ ହସ୍ତାନ୍ତର କରିଛନ୍ତି। ଯାହାକି ଚିନ୍ମୟାନନ୍ଦଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

Related story