କ୍ୟାମେରାରେ କଏଦ ଇଞ୍ଜିନିୟରିଂ ଛାତ୍ରଙ୍କ ହତ୍ୟା, ପୂର୍ବତନ ବିଧାୟକଙ୍କ ପୁଅ ଗିରଫ

ଲକ୍ଷ୍ନୌ: ଜଣେ ୨୩ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯିବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଲକ୍ଷ୍ନୌର ଗୋମତି ନଗର ଅଞ୍ଚଳରେ ଘଟିଥିବା ଏହି ଭୟଙ୍କର ଘଟଣାରେ ପୁଲିସ ଆଜି ଜଣେ ପୂର୍ବତନ ବିଧାୟକଙ୍କ ପୁଅଙ୍କୁ ଗିରଫ କରିଛି। ଅଭିଯୁକ୍ତ ଅମନ ବାହାଦୂର ଲକ୍ଷ୍ନୌରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ର। ତାଙ୍କୁ ଆଜି ସକାଳେ ଗିରଫ କରାଯାଇଛି। ଗୁରୁବାର ଇଞ୍ଜିନିୟରିଂ ଛାତ୍ର ପ୍ରଶାନ୍ତ ସିଂହଙ୍କୁ ଅଳକାନନ୍ଦା ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ମଧ୍ୟରେ ହତ୍ୟା […]

r

Hemant Lenka
  • Published: Friday, 21 February 2020
  • , Updated: 21 February 2020, 04:23 PM IST

ଲକ୍ଷ୍ନୌ: ଜଣେ ୨୩ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯିବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଲକ୍ଷ୍ନୌର ଗୋମତି ନଗର ଅଞ୍ଚଳରେ ଘଟିଥିବା ଏହି ଭୟଙ୍କର ଘଟଣାରେ ପୁଲିସ ଆଜି ଜଣେ ପୂର୍ବତନ ବିଧାୟକଙ୍କ ପୁଅଙ୍କୁ ଗିରଫ କରିଛି। ଅଭିଯୁକ୍ତ ଅମନ ବାହାଦୂର ଲକ୍ଷ୍ନୌରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ର। ତାଙ୍କୁ ଆଜି ସକାଳେ ଗିରଫ କରାଯାଇଛି।

ଗୁରୁବାର ଇଞ୍ଜିନିୟରିଂ ଛାତ୍ର ପ୍ରଶାନ୍ତ ସିଂହଙ୍କୁ ଅଳକାନନ୍ଦା ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ମଧ୍ୟରେ ହତ୍ୟା କରାଯାଇଥିଲା। ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯିବାର ଦୃଶ୍ୟ କମ୍ପ୍ଲେକ୍ସ ମଧ୍ୟରେ ଥିବା ସୁରକ୍ଷା କ୍ୟାମେରାରେ କଏଦ ହୋଇଥିଲା।

ଗତକାଲି ଅପରାହ୍ଣ ୪ଟା ବେଳେ ପ୍ରଶାନ୍ତ ତାଙ୍କ ଟୋୟଟା କାର ନେଇ ଜଣେ ସାଙ୍ଗଙ୍କୁ ଦେଖା କରିବା ପାଇଁ ଅଳକାନନ୍ଦ ଆପାର୍ଟମେଣ୍ଟ ଗେଟ ପାଖକୁ ଆସିଥିଲେ। ଏହି ସମୟରେ ୨୦-୨୫ ଜଣ ଯୁବକ ତାଙ୍କ ବାଟ ଓଗାଳିଥିଲେ। ସେମାନେ ପ୍ରଥମେ ପ୍ରଶାନ୍ତ କାରର କାଚ ଭାଙ୍ଗିବା ସହ ଏକାଧିକ ଥର ଛୁରୀ ଭୁସିଥିଲେ।

ଏଥିରୁ ବର୍ତ୍ତିବା ପାଇଁ ପ୍ରଶାନ୍ତ ଆପାର୍ଟମେଣ୍ଟ ଭିତରକୁ ଦୌଡ଼ି ଥିଲେ। ହେଲେ ଅଧିକ ରକ୍ତଶ୍ରାବ ଯୋଗୁ ରାସ୍ତାରେ ହିଁ ଟଳି ପଡ଼ିଥିଲେ। ଆକ୍ରମଣକାରୀମାନେ ପ୍ରଶାନ୍ତ ମରିଯିବାର ଦେଖି ତାଳି ମାରିଥିଲେ ଓ ହସଖୁସିରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ପୁଲିସ୍‌ ସିସିଟିଭିକୁ ଯାଞ୍ଚ କରି ଆଜି ଅମନ ବାହାଦୂରଙ୍କୁ ଗିରଫ କରିଛି। ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Related story