ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ସଂଗୀତକୁ ଅପମାନ। ଜମ୍ମୁ କଶ୍ମୀର ରଜୌରିର BGBS ୟୁନିଭରସିଟିର ଏକ କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଛି। ରାଜ୍ୟପାଳ ଏନ୍ ଏନ୍ ଭୋରା ଏହି ୟୁନିଭରସିଟିର ଏକ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଜାତୀୟ ସଂଗୀତ ଜନ ଗଣ ମନ ଗାନ କରାଯାଇଥିଲା। କିନ୍ତୁ ସେହି ସମୟରେ ଦୁଇ ଛାତ୍ର ଛିଡ଼ା ନ ହୋଇ ବସି ରହିଥିଲେ। ଏହାକୁ ଗୁରୁତର ସହିତ ନେଇଛି ପ୍ରଶାସନ। ୟୁନିଭରସିଟି କର୍ତ୍ତୃପକ୍ଷଙ୍କୁ ଏକ ରିପୋର୍ଟ ମାଗିଛନ୍ତି ଜିଲ୍ଲାପାଳ। ଏବଂ ସେହି ଦୁଇ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେହି ୟୁନିଭରସିଟିର ଛାତ୍ରମାନେ ବି ଏହାକୁ ନାପସନ୍ଦ କରିଛନ୍ତି ଏବଂ ଜାତୀୟ ସଂଗୀତକୁ ଅପମାନ ଦେଇଥିବା ଦୁଇ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
https://www.youtube.com/watch?v=5CtvwvSLzW8&feature=youtu.be