ସମୁଦ୍ରକୁ ଓହ୍ଲାଇଲା “ଖାଣ୍ଡେରୀ”

ମୁମ୍ବାଇ: ବୁଡ଼ାଜାହାଜ ‘ଖାଣ୍ଡେରୀ’ ଆଜି ଭାରତୀୟ ନୌସେନାରେ ସାମିଲ ହୋଇଛି। ଆଜି ମୁମ୍ବାଇରେ ଏହା ସମୁଦ୍ରରେ ଓହ୍ଲାଇଛି। ଏହି ଯୁଦ୍ଧ ଜାହାଜର ଯେକୌଣସି ମିସାଇଲର ଟାର୍ଗେଟରୁ ସୁରକ୍ଷିତ ଭାବେ ବାହାରି ଯିବାର କ୍ଷମତା ରହିଛି। ସେହିପରି ଶତ୍ରୁର ରାଡାର ମଧ୍ୟ ଏହାକୁ ଠାବ କରିପାରିବ ନାହିଁ। ଶତ୍ରୁର ଉପସ୍ଥିତ ଜାଣିବା ମାତ୍ରେ ହିଁ ଏହା ଆକ୍ରମଣ କରିବ। ଏହା ଉଭୟ  ପାଣି ଭିତରେ ଓ ଉପରେ ଆକ୍ରମଣ କରିବାର କ୍ଷମତା ରଖୁଛି। ତେବେ ୧ ବର୍ଷ ପାଇଁ […]

khanderi-scorpene-submarine-dhaval-kulkarni-dna

Rakesh Mallick
  • Published: Thursday, 12 January 2017
  • , Updated: 12 January 2017, 02:47 PM IST

ମୁମ୍ବାଇ: ବୁଡ଼ାଜାହାଜ ‘ଖାଣ୍ଡେରୀ’ ଆଜି ଭାରତୀୟ ନୌସେନାରେ ସାମିଲ ହୋଇଛି। ଆଜି ମୁମ୍ବାଇରେ ଏହା ସମୁଦ୍ରରେ ଓହ୍ଲାଇଛି। ଏହି ଯୁଦ୍ଧ ଜାହାଜର ଯେକୌଣସି ମିସାଇଲର ଟାର୍ଗେଟରୁ ସୁରକ୍ଷିତ ଭାବେ ବାହାରି ଯିବାର କ୍ଷମତା ରହିଛି। ସେହିପରି ଶତ୍ରୁର ରାଡାର ମଧ୍ୟ ଏହାକୁ ଠାବ କରିପାରିବ ନାହିଁ। ଶତ୍ରୁର ଉପସ୍ଥିତ ଜାଣିବା ମାତ୍ରେ ହିଁ ଏହା ଆକ୍ରମଣ କରିବ। ଏହା ଉଭୟ  ପାଣି ଭିତରେ ଓ ଉପରେ ଆକ୍ରମଣ କରିବାର କ୍ଷମତା ରଖୁଛି। ତେବେ ୧ ବର୍ଷ ପାଇଁ ଏହି ଯୁଦ୍ଧ ବୁଡ଼ା ଜାହାଜକୁ ଅନେକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ।

ଏହି ଯୁଦ୍ଧ ଜାହାଜକୁ ମଝଗାଁଓ  ଡକ୍‌ ସିପ୍‌ବିଲଡର୍ସ ଲିମିଟେଡ୍‌ ଫ୍ରାନ୍ସ ସହ ମିଳିତ ଭାବେ ନିର୍ମାଣ କରିଛି।  ଏହାର ନାମ ଛତ୍ରପତି ଶିବାଜୀଙ୍କ କିଲ୍ଲା ‘ଖାଣ୍ଡେରୀ’ ନାଁରେ ନାମିତ କରାଯାଇଛି।

Related story