ସୂଚନା ଅଧିକାର କର୍ମୀଙ୍କ ପାଇଁ ମହାରାଷ୍ଟ୍ର ସବୁଠୁ ଅସୁରକ୍ଷିତ; ୧୦ ବର୍ଷରେ ୧୦ ଜଣଙ୍କୁ ହତ୍ୟା

ମୁମ୍ବାଇ: ସୂଚନା ଅଧିକାର କର୍ମୀଙ୍କ ପାଇଁ ସବୁଠୁ ଅସୁରକ୍ଷିତ ସ୍ଥାନ ହେଉଛି ମହାରାଷ୍ଟ୍ର। ଦେଶରେ ସୂଚନା ଅଧିକାର ଆଇନ ଅବା ଆରଟିଆଇ କାର୍ଯ୍ୟକାରୀ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସୂଚନା ଅଧିକାର କର୍ମୀଙ୍କ ଉପରେ ସବୁଠୁ ଅଧିକ ଆକ୍ରମଣ ହୋଇଛି। କମନୱେଲଥ ହ୍ୟୁମାନ୍ ହାଇଟ୍ସ ଇନିସିଏଟିଭ୍ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ ଆରଟିଆଇ ଲାଗୁ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୬୦ ଜଣ ସୂଚନା ଅଧିକାରୀ କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। […]

rti

Rakesh Mallick
  • Published: Sunday, 06 September 2015
  • , Updated: 06 September 2015, 07:11 AM IST

ମୁମ୍ବାଇ: ସୂଚନା ଅଧିକାର କର୍ମୀଙ୍କ ପାଇଁ ସବୁଠୁ ଅସୁରକ୍ଷିତ ସ୍ଥାନ ହେଉଛି ମହାରାଷ୍ଟ୍ର। ଦେଶରେ ସୂଚନା ଅଧିକାର ଆଇନ ଅବା ଆରଟିଆଇ କାର୍ଯ୍ୟକାରୀ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସୂଚନା ଅଧିକାର କର୍ମୀଙ୍କ ଉପରେ ସବୁଠୁ ଅଧିକ ଆକ୍ରମଣ ହୋଇଛି। କମନୱେଲଥ ହ୍ୟୁମାନ୍ ହାଇଟ୍ସ ଇନିସିଏଟିଭ୍ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ ଆରଟିଆଇ ଲାଗୁ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୬୦ ଜଣ ସୂଚନା ଅଧିକାରୀ କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଆଉ କେତେ ଜଣ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା କରିବା ମାମଲାରେ ଗୁଜରାଟ ଓ ଉତ୍ତର ପ୍ରଦେଶ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆରଟିଆଇ ଲାଗୁ ହେବାର ୧୦ ବର୍ଷ ମଧ୍ୟରେ ଏହି ଦୁଇ ରାଜ୍ୟରେ ୬ ଜଣ ଲେଖାଏଁ ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ କର୍ଣ୍ଣାଟକ ଓ ବିହାରରେ ୪ ଜଣ ଲେଖାଏଁ ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା କରାଯାଇଛି।

ସୂଚନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ଥିବା ବେଳେ ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହିଛି। ଆରଟିଆଇ କାର୍ଯ୍ୟକାରୀ ହେବାର ଏକ ଦଶନ୍ଧି ମଧ୍ୟରେ ଗୁଜରାଟରେ ୩୬ ଜଣ ସୂଚନା ଅଧିକାରୀ କର୍ମୀ ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣ ଘଟଣାରେ ଉତ୍ତର ପ୍ରଦେଶ ତୃତୀୟ ଓ ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ସମୟ ମଧ୍ୟରେ ଉତ୍ତର ପ୍ରଦେଶରେ ୨୫ ଜଣ ସୂଚନା ଅଧିକାର କର୍ମୀ ଆକ୍ରମଣର ଶିକାର ହୋଇଥିବା ବେଳେ ଦିଲ୍ଲୀରେ ୨୩ ଜଣ ଆକ୍ରମଣର ଶିକାର ହୋଇଛନ୍ତି।

Related story