ରାମ ମନ୍ଦିର ପରେ ଶ୍ରୀକୃଷ୍ଣଙ୍କ ଜମି ପୁନରୁଦ୍ଧାର ପାଇଁ କୋର୍ଟ ପହଞ୍ଚିଲେ ଭକ୍ତ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ବିବାଦ ଶେଷ ହୋଇ ଏବେ ମନ୍ଦିର ନିର୍ମାଣ କାମ ଚାଲିଛି। ଏବେ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନକୁ ନେଇ ମଥୁରା କୋର୍ଟରେ ମାମଲା ଦାୟର ହୋଇଛି। ଏହି ମାମଲାରେ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ୧୩.୩୭ ଏକର ବୋଲି ଦାବି ହୋଇଛି। ଏଥିସହ ପାଖରେ ଥିବା ଶାହି ମସଜିଦ ହଟାଇବାକୁ ଆବେଦନ ହୋଇଛି। ଏହି ମାମଲାରେ ଦର୍ଶାଯାଇଛି ଯେ ମୋଗଲ ସମୟରେ ଶାହୀ ଇଦଗାହ ମସଜିଦ ନିର୍ମାଣ କରାଯାଇଥିଲା। ଶ୍ରୀକୃଷ୍ଣଙ୍କ ନାମରେ ଛଅ ଭକ୍ତ ଏହି […]

shri-krishna-temple-complex (1)

shri-krishna-temple-complex (1)

Subhransu Sekhar
  • Published: Saturday, 26 September 2020
  • Updated: 26 September 2020, 02:09 PM IST

Sports

Latest News

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ବିବାଦ ଶେଷ ହୋଇ ଏବେ ମନ୍ଦିର ନିର୍ମାଣ କାମ ଚାଲିଛି। ଏବେ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନକୁ ନେଇ ମଥୁରା କୋର୍ଟରେ ମାମଲା ଦାୟର ହୋଇଛି। ଏହି ମାମଲାରେ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ୧୩.୩୭ ଏକର ବୋଲି ଦାବି ହୋଇଛି। ଏଥିସହ ପାଖରେ ଥିବା ଶାହି ମସଜିଦ ହଟାଇବାକୁ ଆବେଦନ ହୋଇଛି। ଏହି ମାମଲାରେ ଦର୍ଶାଯାଇଛି ଯେ ମୋଗଲ ସମୟରେ ଶାହୀ ଇଦଗାହ ମସଜିଦ ନିର୍ମାଣ କରାଯାଇଥିଲା।

ଶ୍ରୀକୃଷ୍ଣଙ୍କ ନାମରେ ଛଅ ଭକ୍ତ ଏହି ମାମଲା ଦାୟର କରିଛନ୍ତି।  ପ୍ଲେସ୍ ଅଫ୍ ପୂଜା ଅଧିନିୟମ ୧୯୯୧ ଏହି ମାମଲା ଦାୟର ହୋଇଛି। ଏହି ନିୟମ ଅନୁଯାୟୀ ହିଁ ସୁପ୍ରିମକୋର୍ଟରେ ଅଯୋଧ୍ୟରେ ରାମ ମନ୍ଦିର-ମସଜିଦ୍ ମାମଲା ଦାୟର ହୋଇଥିଲା। ହେଲେ ଏହି ମାମଲାର ଶୁଣାଣି ବେଳେ ମଥୁରା-କାଶୀ ସମେତ ସମସ୍ତ ବିବାଦର ମାମଲା ବନ୍ଦ ହୋଇଯାଇଥିଲା।

'ପ୍ଲେସ ଅଫ୍ ପୂଜା ଅଧିନିୟମ' ୧୫ ଅଗଷ୍ଟ ୧୯୪୭ ଅନୁଯାୟ ଧାର୍ମିକ ସ୍ଥାନ ଯେଉଁ ସମ୍ପ୍ରଦାୟର ହୋଇଥାଉ ନା କାହିଁକି ଆଜି ଏବଂ ଭବିଷ୍ୟତରେ ମଧ୍ୟ ସମାନ ରହିବ।

ଅଯୋଧ୍ୟାରେ ପ୍ରଭୁ ରାମଙ୍କୁ ଶିଶୁ ବୋଲି ବିବେଚନା କରାଯାଏ। ତେଣୁ ଆଇନ ଅନୁଯାୟୀ ନାବାଳକ ରାମଲାଲା ପକ୍ଷକୁ ଭଗବାନ ବୋଲି ବିବେଚନା କରାଯାଉଥିଲା। ଯାହାଙ୍କୁ କୋର୍ଟ ଜମି ହସ୍ତାନ୍ତର କରିଥିଲେ। କୋର୍ଟରେ ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ନେତା ତ୍ରିଲୋକି ନାଥ ପାଣ୍ଡେ ପ୍ରଭୁ ରାମଙ୍କ ପ୍ରତିନିଧିତ୍ୱ କରିଥିଲେ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଅଖିଳ ଭାରତ ଆଖଡା ପରିଷଦ ମଧ୍ୟ ବାରାଣାସୀ ଏବଂ ମଥୁରାର "ହିନ୍ଦୁ ମନ୍ଦିର ମୁକ୍ତ" ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ମୁଖ୍ୟ ପରିଷଦ ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା। ଏହି ପ୍ରସ୍ତାବ ଅନୁଯାୟୀ,  ମୋଗଲ କାଳରେ ମନ୍ଦିର ଭଙ୍ଗାଯାଇ ମସଜିଦ ତିଆରି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos