‘ମୋତେ ଓ ମୋ’ ପତ୍ନୀଙ୍କୁ ଦିଲ୍ଲୀ ବାହାର ଜେଲ୍‌କୁ ସ୍ଥାନାନ୍ତର କର’

ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ମହାଠକ ସୁକେଶ ଚନ୍ଦ୍ରଶେଖର । ଆମ ଆଦମୀ ପାର୍ଟିର ହେଭିୱେଟ ମନ୍ତ୍ରୀଙ୍କ ବିରୋଧରେ ସିବିଆଇ ତଦନ୍ତ ନିମନ୍ତେ କରିଥିବା ଆବେଦନକୁ ପ୍ରତ୍ୟାହାର କରିବା ନିମନ୍ତେ ବାରମ୍ବାର ଧମକଚମକ ଦିଆଯାଉଛି।  ଏପରିକି ଜେଲର ବରିଷ୍ଠ ଅଧିକାରୀମାନେ ଦୁର୍ବ୍ୟବହାର କରିବାକୁ ପଛାଉ ନାହାନ୍ତି। ଏଥିନିମନ୍ତେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦିଲ୍ଲୀ ବାହାର ଯେକୌଣସି ଜେଲ୍‌କୁ ସ୍ଥାନାନ୍ତର କରିବାକୁ ଉପଜିଲ୍ଲାପାଳଙ୍କୁ ଚିଠି ଲେଖି ଗୁହାରୀ କରିଛନ୍ତି ସୁକେଶ। ସୁକେଶ ନିଜ […]

sukesh

  • Published: Thursday, 10 November 2022
  • , Updated: 10 November 2022, 08:58 AM IST

ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ମହାଠକ ସୁକେଶ ଚନ୍ଦ୍ରଶେଖର । ଆମ ଆଦମୀ ପାର୍ଟିର ହେଭିୱେଟ ମନ୍ତ୍ରୀଙ୍କ ବିରୋଧରେ ସିବିଆଇ ତଦନ୍ତ ନିମନ୍ତେ କରିଥିବା ଆବେଦନକୁ ପ୍ରତ୍ୟାହାର କରିବା ନିମନ୍ତେ ବାରମ୍ବାର ଧମକଚମକ ଦିଆଯାଉଛି।  ଏପରିକି ଜେଲର ବରିଷ୍ଠ ଅଧିକାରୀମାନେ ଦୁର୍ବ୍ୟବହାର କରିବାକୁ ପଛାଉ ନାହାନ୍ତି। ଏଥିନିମନ୍ତେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦିଲ୍ଲୀ ବାହାର ଯେକୌଣସି ଜେଲ୍‌କୁ ସ୍ଥାନାନ୍ତର କରିବାକୁ ଉପଜିଲ୍ଲାପାଳଙ୍କୁ ଚିଠି ଲେଖି ଗୁହାରୀ କରିଛନ୍ତି ସୁକେଶ।

ସୁକେଶ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆପ୍‌ ମନ୍ତ୍ରୀ ସତେନ୍ଦ୍ର ଜୈନ ଓ କୈଳାସ ଗହଲୋତଙ୍କ ନାମରେ ସିବିଆଇ ଯାଞ୍ଚ ନିମନ୍ତେ ହୋଇଥିବା ଆବେଦନକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଉଛି। ଏପରିକି ଇଡିରେ ଯେଉଁମାନଙ୍କ ବିରୋଧରେ ବୟାନ ଦେଇଛି ତାହାକୁ ବି ପ୍ରତ୍ୟାଖାନ କରିବାକୁ ପ୍ରବଳ ଚାପ ପଡ଼ୁଛି।ଏଥିନିମନ୍ତେ ମୋତେ ତଥା ମଣ୍ଡୋଲି ଜେଲ୍‌ରେ କଏଦ ଥିବା ମୋ’ ପତ୍ନୀଙ୍କୁ ଟାର୍ଗେଟ କରାଯାଉଛି।

ସତେନ୍ଦ୍ର ଜୈନ, ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମୋ ନିକଟରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଅଛି, ତେଣୁ ଆମ ଉପରେ ଚାପ ସୃଷ୍ଟି ହେଉଛି। ଜେଲର ସୁରକ୍ଷା ବ୍ୟବସ୍ଥା ଉପରେ ଆମର ଭରସା ନ ଥିବାରୁ ଆମକୁ   ଦିଲ୍ଲୀ ଜେଲରୁ ଉତ୍ତରପ୍ରଦେଶ, ହରିୟାଣା, ଉତ୍ତରପ୍ରଦେଶର ଯେକୌଣସି ଜେଲକୁ ସ୍ଥାନାନ୍ତର କରାଯିବା ଉଚିତ ବୋଲି ସେ ଦାବି କରିଛନ୍ତି । କାରଣ ଦିଲ୍ଲୀ ଜେଲ ଅରବିନ୍ଦ କେଜ୍ରିୱାଲ, ସତେନ୍ଦ୍ର ଜୈନ ଏବଂ  ଆମ୍ ଆଦମୀ ପାର୍ଟି ନିୟନ୍ତ୍ରଣରେ ରହିଛି ।

ଏଥିସହ ସେ କହିଛନ୍ତି,  ଅଭିଯୋଗ ପ୍ରତ୍ୟାହାର କରିବାକୁ ଆମକୁ ବାରମ୍ବାର ଧମକ ଦିଆଯାଉଛି। ଏପରିକି ମୋ ପତ୍ନୀଙ୍କୁ ଜେଲ୍‌ର ବରିଷ୍ଠ ଅଧିକାରୀ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିବାକୁ ପଛାଉ ନାହାନ୍ତି। ଗତ ୩୧ ଅଗଷ୍ଟରେ ସିଆରପିଏଫ ଯବାନଙ୍କ ଦ୍ୱାରା ତାଙ୍କୁ କିଛି ବଡ଼ବଡ଼ିଆ ଆକ୍ରମଣ କରିଥିବା ବେଳେ ଏଥିରେ ସେ ଗୁରୁତର ଆହତ ହୋଇଥିବା ଅଭିଯୋଗ କରିଥିଲେ ସୁକେଶ।

ଏପରିସ୍ଥିତିରେ ସୁକେଶ ଓ ତାଙ୍କ ପତ୍ନୀ ଦିଲ୍ଲୀ ଜେଲ୍‌ରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ସବୁବେଳେ ଜୀବନ ପ୍ରତିବ ବୀପଦ ଘେରି ରହୁଛି।  ତେଣୁ ସେମାନଙ୍କୁ ଦିଲ୍ଲୀ ଡିଜିଙ୍କ କ୍ଷମତା ବାହାରର କୌଣସି ଜେଲ୍‌କୁ ସ୍ଥାନାନ୍ତର କରିବାକୁ ତାଙ୍କ ଓକିଲ ଦାବି କରିଛନ୍ତି। ସୁକେଶଙ୍କ ଗୁହାରୀ ଲେଖାଯାଇଥିବା ଚିଠିକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ଗୃହମନ୍ତ୍ରାଳୟ ତଥା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ପଠାଇ ଦିଆଯାଇଛି।

 

Related story