ପ୍ରାର୍ଥୀ ଠିକ୍ ଶିକ୍ଷାଗତ ପ୍ରମାଣ ନ ଦେଲେ ନିର୍ବାଚନ ରଦ୍ଦ ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ଲଢ଼ିବାକୁ ଯାଉଥିବା ପ୍ରାର୍ଥୀମାନଙ୍କ ପାଇଁ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ନିର୍ବାଚନରେ ପ୍ରାର୍ଥୀ ନିଜର ଶିକ୍ଷାଗତ ସଂପର୍କରେ ମିଥ୍ୟା ସୂଚନା ପ୍ରଦାନ କଲେ ତାହା ସେମାନଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ। ସୁପ୍ରିମକୋର୍ଟଙ୍କ କହିବାନୁଯାୟୀ ନିର୍ବାଚନରେ ଛିଡ଼ା ହେଉଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସଠିକ୍ ତଥ୍ୟ ଜାଣିବା ମତଦାତାଙ୍କ ମୌଳିକ ଅଧିକାର। ତେଣୁ  ସତ୍ୟପାଠରେ ମିଥ୍ୟା ସୂଚନା ଦେଲେ ନିର୍ବାଚନ ରଦ୍ଦ କରାଯିବ। ଜନପ୍ରତିନିଧିତ୍ତ୍ୱ ଆଇନର ବ୍ୟବସ୍ଥା ଏବଂ ଫର୍ମ ୨୬ରେ ମଧ୍ୟ ପ୍ରାର୍ଥୀ ନିଜର […]

supreme-court

Rakesh Mallick
  • Published: Wednesday, 02 November 2016
  • , Updated: 02 November 2016, 02:35 PM IST

ନୂଆଦିଲ୍ଲୀ: ନିର୍ବାଚନ ଲଢ଼ିବାକୁ ଯାଉଥିବା ପ୍ରାର୍ଥୀମାନଙ୍କ ପାଇଁ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ନିର୍ବାଚନରେ ପ୍ରାର୍ଥୀ ନିଜର ଶିକ୍ଷାଗତ ସଂପର୍କରେ ମିଥ୍ୟା ସୂଚନା ପ୍ରଦାନ କଲେ ତାହା ସେମାନଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ। ସୁପ୍ରିମକୋର୍ଟଙ୍କ କହିବାନୁଯାୟୀ ନିର୍ବାଚନରେ ଛିଡ଼ା ହେଉଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସଠିକ୍ ତଥ୍ୟ ଜାଣିବା ମତଦାତାଙ୍କ ମୌଳିକ ଅଧିକାର। ତେଣୁ  ସତ୍ୟପାଠରେ ମିଥ୍ୟା ସୂଚନା ଦେଲେ ନିର୍ବାଚନ ରଦ୍ଦ କରାଯିବ।

ଜନପ୍ରତିନିଧିତ୍ତ୍ୱ ଆଇନର ବ୍ୟବସ୍ଥା ଏବଂ ଫର୍ମ ୨୬ରେ ମଧ୍ୟ ପ୍ରାର୍ଥୀ ନିଜର ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସଠିକ୍ ସୂଚନା ଦେବା ନେଇ ସ୍ପଷ୍ଟ ଭାବେ ଲେଖା ରହିଛି। କୋର୍ଟ ଏହା ମଧ୍ୟ କହିଛନ୍ତି, ନିର୍ବାଚନରେ ଯଦି ଦୁଇ ଜଣ ଆଶାୟୀ ପ୍ରାର୍ଥୀ ଥିବେ ଏବଂ ଏହା ପ୍ରମାଣିତ ହେବ ଯେ ବିଜୟୀ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଭୁଲ୍ ଥିବା ସ୍ୱୀକାର କରାଯାଇଛି, ତେବେ ନିର୍ବାଚନ ହାରିଥିବା ପ୍ରାର୍ଥୀଙ୍କ ଏହି ନିର୍ବାଚନ ବାସ୍ତବରେ ପ୍ରଭାବିତ ହୋଇଛି ବୋଲି କୌଣସି ପ୍ରମାଣ ଦେବାର ଆବଶ୍ୟକତା ଆଉ ପଡ଼ିବ ନାହିଁ।

Related story