ଧାରା ୩୫(A)କୁ ନେଇ ଜବାବ ଦାଖଲ କରିବେନି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ଧାରା ୩୫(A)କୁ ନେଇ ଜବାବ ଦାଖଲ କରିବେନି କେନ୍ଦ୍ର ସରକାର। କେବଳ ସାମ୍ବିଧାନିକ ପ୍ରସଙ୍ଗରେ ଯୁକ୍ତି କରିବ କେନ୍ଦ୍ର। ଅାଜି ସୁପ୍ରିମକୋର୍ଟରେ ଏପରି କିଛି କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ କେ କେ ବେଣୁଗୋପାଳ। ମାମଲା ସମ୍ବେଦନଶୀଳ ହୋଇଥିବା ହେତୁ ଏହାକୁ କୋର୍ଟଙ୍କ ଉପରେ ନ୍ୟସ୍ତ କରିଛନ୍ତି କେନ୍ଦ୍ର ସରକାର। ମାମଲାର ସମାଧାନ ପାଇଁ ମଧ୍ୟସ୍ତିଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ମଧ୍ୟସ୍ତିଙ୍କଠୁ ରିପୋର୍ଟ ପରେ ହିଁ ଅାଭିମୁଖ୍ୟ […]

Article-35A

Rakesh Mallick
  • Published: Monday, 14 May 2018
  • , Updated: 14 May 2018, 10:19 PM IST

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ଧାରା ୩୫(A)କୁ ନେଇ ଜବାବ ଦାଖଲ କରିବେନି କେନ୍ଦ୍ର ସରକାର। କେବଳ ସାମ୍ବିଧାନିକ ପ୍ରସଙ୍ଗରେ ଯୁକ୍ତି କରିବ କେନ୍ଦ୍ର। ଅାଜି ସୁପ୍ରିମକୋର୍ଟରେ ଏପରି କିଛି କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ କେ କେ ବେଣୁଗୋପାଳ। ମାମଲା ସମ୍ବେଦନଶୀଳ ହୋଇଥିବା ହେତୁ ଏହାକୁ କୋର୍ଟଙ୍କ ଉପରେ ନ୍ୟସ୍ତ କରିଛନ୍ତି କେନ୍ଦ୍ର ସରକାର। ମାମଲାର ସମାଧାନ ପାଇଁ ମଧ୍ୟସ୍ତିଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ମଧ୍ୟସ୍ତିଙ୍କଠୁ ରିପୋର୍ଟ ପରେ ହିଁ ଅାଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି ସବୋର୍ଚ୍ଚ ଅଦାଲତରେ କୁହାଯାଇଛି । ସେପଟେ ମାମଲାରେ ସମସ୍ତ ତଥ୍ୟ ଅଗଷ୍ଟ ୬ ତାରିଖ ସୁଦ୍ଧା ସାରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଏନେଇ ଅାସନ୍ତା ୧୬ରେ ପରବର୍ତ୍ତି ଶୁଣାଣି କରିବେ ଅଦାଲତ । ଜାମ୍ମୁ ଓ କାଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କ ପାଇଁ ଧାରା ୩୫(A)ରେ ସ୍ବତନ୍ତ୍ର ଅଧିକାର ପ୍ରଦାନ ହୋଇଛି । ଯାହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଛି ଅାବେଦନ ।

Related story