ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ବହୁ ବିବାଦୀୟ ଅନାଦେୟ ଋଣ ସମ୍ପର୍କିତ ସର୍କୁଲାର ଖାରଜ କରିଛନ୍ତି ସୁପ୍ରିମ୍କୋର୍ଟ। ୨୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଋଣ ସହିତ ଜଡ଼ିତ ବ୍ୟକ୍ତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ତାଲିକା ଗଠନ କରାଯାଇଥିଲା। ଏହା ବଳରେ ସେମାନଙ୍କୁ ଇନ୍ସଲ୍ଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି (ଆଇବିସି) ଅଧୀନରେ ଦେବାଳିଆ ଘୋଷଣା କରାଯାଇପାରିଥାନ୍ତା।
କୋର୍ଟ କହିଥିଲେ, ବ୍ୟାଙ୍କିଙ୍ଗ ରେଗୁଲେସନ୍ ଆକ୍ଟର ଧାରା ୩୫ଏଏ ଅନୁଯାୟୀ ଆରବିଆଇ ଏପରି କରିବା ଠିକ୍ ନୁହେଁ। ଏହି ସର୍କୁଲାର ବିରୋଧରେ ପାୱାର, ଚିନି ଏବଂ ସାର ଆଦି ଅଣସଂଗଠିତ କ୍ଷେତ୍ର ପକ୍ଷରୁ ଏହି ସର୍କୁଲାର ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏହି ଆବେଦନରେ ଦର୍ଶାଯାଇଥିଲା ଆରବିଆଇ ସେମାନଙ୍କୁ ଇଚ୍ଛାକୃତ ଖିଲାପକାରୀ ଦର୍ଶାଇଛି, ଯାହାକି ନିୟମ ବିରୁଦ୍ଧ।
ଏହି ସର୍କୁଲାରରେ ୨୭୦ ଦିନର ଅବଧିକୁ ୧୮୦କୁ ଖସାଇଦିଆଯାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହି ରାୟ ୨.୨ ଲକ୍ଷ କୋଟି ଅନାଦେୟ ଋଣ ଉପରେ ପ୍ରଭାବ ପକାଇବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମନ୍ଦିରକୁ ଜିନ୍ସ ପିନ୍ଧି ଯିବା ମନା, ଡ୍ରେସ୍ କୋଡ୍ ଲାଗୁ
ନୂଆବର୍ଷ ପୂର୍ବରୁ ମନ୍ଦିରକୁ ଆସୁଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ଡ୍ରେସ୍ କୋଡ୍ ଲାଗୁ କରାଯାଇଛି।
National
ରାହୁଲ ଗାନ୍ଧି ହାଜିର ହୋ': ଜାରି ହେଲା ସମନ
ଏକ ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
National
ମୋହାଲି ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ୨ ମୃତ, ଘର ମାଲିକ ନାଁରେ ମାମଲା
ବିଲ୍ଡିଂ ତଳେ ପ୍ରାୟ ୧୫ ଜଣ ଦବି ରହିଥିବା ଆଶଙ୍କା ରହିଛି।
Science & Environment
ମହାକାଶକୁ ଯିବ 'ନିସାର' ସାଟେଲାଇଟ୍
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ GSLV ମାର୍କ-୨ ସାଟେଲାଇଟରେ ଏହାକୁ ଲଞ୍ଚ କରିବ ଇସ୍ରୋ।
National
ବଡ଼ ଅଭିଯୋଗ ଆଣିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ, ଅଲ୍ଲୁ କହିଲେ- ମୋ ଚରିତ୍ର ସଂହାର କରାଯାଉଛି
ଶନିବାର ସନ୍ଧ୍ୟାବେଳେ ଅଲ୍ଲୁ ଅର୍ଜୁନ ସାମ୍ବାଦିକ ସମ୍ମିଳନୀ ଡାକି ତାଙ୍କ ଚରିତ୍ର ସଂହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ସେ କହଛନ୍ତି, ୪ ତାରିଖରେ ସନ୍ଧ୍ୟା ଥିଏଟରରେ ଯାହା ଘଟିଲା ତାହା ଏକ ଦୁର୍ଭାଗ୍ୟଜନକ ଘଟଣା।