ଅଯୋଧ୍ୟା ମାମଲାର ଶୁଣାଣି ଆଉ ଘଣ୍ଟାଏ ଅଧିକ ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାମଜନ୍ମଭୂମି ବାବ୍ରି ମସଜିଦ୍ ମାମଲାର ଶୁଣାଣି ଆଉ ଘଣ୍ଟାଏ ଅଧିକ ହେବ। ଆସନ୍ତା ସପ୍ତାହରୁ ଅପରାହ୍ନ ୪ଟା ପରିବର୍ତ୍ତେ ଅପରାହ୍ନ ୫ଟା ଯାଏ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦେଶର ଏହି ସର୍ବପୁରାତନ ମାମଲାର ଶୁଣାଣିକୁ ଅକ୍ଟୋବର ୧୮ ମଧ୍ୟରେ ସାରିବା ପାଇଁ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହି ମାମଲାର ଶୁଣାଣିକୁ ତ୍ୱରିତ କରିବାକୁ ଯାଇ ପ୍ରତ୍ୟେକ ସପ୍ତାହରେ ସୋମବାରରୁ ଶୁକ୍ରବାର ନିୟମିତ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ। […]

supremecourt

Subhransu Sekhar
  • Published: Friday, 20 September 2019
  • , Updated: 20 September 2019, 04:35 PM IST

ନୂଆଦିଲ୍ଲୀ: ରାମଜନ୍ମଭୂମି ବାବ୍ରି ମସଜିଦ୍ ମାମଲାର ଶୁଣାଣି ଆଉ ଘଣ୍ଟାଏ ଅଧିକ ହେବ। ଆସନ୍ତା ସପ୍ତାହରୁ ଅପରାହ୍ନ ୪ଟା ପରିବର୍ତ୍ତେ ଅପରାହ୍ନ ୫ଟା ଯାଏ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦେଶର ଏହି ସର୍ବପୁରାତନ ମାମଲାର ଶୁଣାଣିକୁ ଅକ୍ଟୋବର ୧୮ ମଧ୍ୟରେ ସାରିବା ପାଇଁ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହି ମାମଲାର ଶୁଣାଣିକୁ ତ୍ୱରିତ କରିବାକୁ ଯାଇ ପ୍ରତ୍ୟେକ ସପ୍ତାହରେ ସୋମବାରରୁ ଶୁକ୍ରବାର ନିୟମିତ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ। ଆଜି ଏହି ନିୟମିତ ଶୁଣାଣିର ୨୮ତମ ଦିନ ଥିଲା।

ବୁଧବାର ଏହି ମାମଲାର ଶୁଣାଣି କରି ସମସ୍ତ ପକ୍ଷଙ୍କୁ ଅକ୍ଟୋବର ୧୮ ତାରିଖ ସୁଦ୍ଧା ଚୂଡ଼ାନ୍ତ ଶୁଣାଣି ଶେଷ କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ନଭେମ୍ବର ୧୭ ତାରିଖରେ ଅବସର ଗ୍ରହଣ କରିବେ। ତେଣୁ ତା’ ପୂର୍ବରୁ ମାମଲାର ରାୟ ପ୍ରକାଶ ପାଇବା ଉପରେ ଜୋର ଦେଇଛନ୍ତି ପ୍ରଧାନ ବିଚାରପତି।

Related story