ଜମ୍ମୁ-କାଶ୍ମୀର ବାହାରେ ହେବ କଠୁଆ ଗଣଦୁଷ୍କର୍ମ ମାମଲାର ବିଚାର

ନୂଆଦିଲ୍ଲୀ: କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର ଜାମ୍ମୁ-କାଶ୍ମୀର ବାହାରେ ହେବ। ପଞ୍ଜାବର ପଠାନକୋଟକୁ ଏହି ମାମଲା ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ଭୟ ମଧ୍ୟରେ ନିରପେକ୍ଷ ବିଚାର ସମ୍ଭବ ନୁହେଁ। ନିରପେକ୍ଷ ନ୍ୟାୟର ଅର୍ଥ ହେଲା, ତ୍ୱରିତ ନ୍ୟାୟ। ତେଣୁ ପ୍ରତିଦିନ ଏହି ମାମଲାର ଶୁଣାଣି କରାଯିବ। ମାମଲାର ବିଚାର ବେଳେ ଭିଡିଓ ରେକର୍ଡିଂ କରାଯିବ। ନିଜେ ମାମଲାର ନୀରିକ୍ଷଣ କରିବେ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ସିବିଆଇ […]

supreme court

Rakesh Mallick
  • Published: Monday, 07 May 2018
  • , Updated: 07 May 2018, 07:13 PM IST

ନୂଆଦିଲ୍ଲୀ: କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର ଜାମ୍ମୁ-କାଶ୍ମୀର ବାହାରେ ହେବ। ପଞ୍ଜାବର ପଠାନକୋଟକୁ ଏହି ମାମଲା ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ଭୟ ମଧ୍ୟରେ ନିରପେକ୍ଷ ବିଚାର ସମ୍ଭବ ନୁହେଁ। ନିରପେକ୍ଷ ନ୍ୟାୟର ଅର୍ଥ ହେଲା, ତ୍ୱରିତ ନ୍ୟାୟ। ତେଣୁ ପ୍ରତିଦିନ ଏହି ମାମଲାର ଶୁଣାଣି କରାଯିବ।

ମାମଲାର ବିଚାର ବେଳେ ଭିଡିଓ ରେକର୍ଡିଂ କରାଯିବ। ନିଜେ ମାମଲାର ନୀରିକ୍ଷଣ କରିବେ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି।

ଅନ୍ୟପକ୍ଷରେ ସିବିଆଇ ତଦନ୍ତ ଦାବିକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।

ଅଭିଯୁକ୍ତଙ୍କ ଓକିଲ କହିଛନ୍ତି, ସିବିଆଇ ତଦନ୍ତ ଉପରେ ଆଜି କୌଣସି ଶୁଣାଣି ହୋଇ ନଥିଲା।  ସିବିଆଇ ତଦନ୍ତ ଦାବି ନେଇ ସେ ପିଟିସନ ଦାଖଲ କରିବେ।

Related story