ସମଲିଙ୍ଗୀ ଯୌନ ସମ୍ପର୍କକୁ ବୈଧ କରିବା ପ୍ରସଙ୍ଗ: ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ

ନୂଆଦିଲ୍ଲୀ: ଦେଶରେ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ତାଲିକାଭୁକ୍ତ କରୁଥିବା ଧାରା ୩୭୭ର ବୈଧତା ସମ୍ପର୍କିତ ମାମଲାର ରାୟ ଆସନ୍ତାକାଲି ପ୍ରକାଶ ପାଇବ। ଦିନ ପ୍ରାୟ ୧୦.୩୦ରେ ସୁପ୍ରିମକୋର୍ଟର ୫ ଜଣ ସାମ୍ବିଧାନିକ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ରାୟ ଶୁଣାଇବେ ବୋଲି ଜଣାପଡ଼ିଛି। ସମଲିଙ୍ଗୀ ସମ୍ପର୍କକୁ ଆଇନ୍‌ଗତ ମାନ୍ୟତା ଦେବାକୁ ଆଗତ ଏକାଧିକ ଆବେଦନର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ହୋଇଥିଲା। ଶୁଣାଣି ବେଳେ […]

samalingi

samalingi

Hemant Lenka
  • Published: Wednesday, 05 September 2018
  • Updated: 05 September 2018, 01:07 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ତାଲିକାଭୁକ୍ତ କରୁଥିବା ଧାରା ୩୭୭ର ବୈଧତା ସମ୍ପର୍କିତ ମାମଲାର ରାୟ ଆସନ୍ତାକାଲି ପ୍ରକାଶ ପାଇବ। ଦିନ ପ୍ରାୟ ୧୦.୩୦ରେ ସୁପ୍ରିମକୋର୍ଟର ୫ ଜଣ ସାମ୍ବିଧାନିକ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ରାୟ ଶୁଣାଇବେ ବୋଲି ଜଣାପଡ଼ିଛି।
ସମଲିଙ୍ଗୀ ସମ୍ପର୍କକୁ ଆଇନ୍‌ଗତ ମାନ୍ୟତା ଦେବାକୁ ଆଗତ ଏକାଧିକ ଆବେଦନର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ହୋଇଥିଲା। ଶୁଣାଣି ବେଳେ କେନ୍ଦ୍ର ସରକାର ମଧ୍ୟ ନିଜର ମତ ରଖିଥିଲେ।
ଜୁଲାଇ ୧୧ରେ କେନ୍ଦ୍ର ସରକାର ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚନା କରୁଥିବା ଧାରା ୩୭୭କୁ ଉଚ୍ଛେଦ କରାଯିବ କି ନାହିଁ ତା’ର ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ଉପରେ ଛାଡ଼ିଥିଲେ।
ସମଲିଙ୍ଗୀ ସମ୍ପର୍କ ରଖୁଥିବା ବ୍ୟକ୍ତି ବିଶେଷମାନଙ୍କୁ ଧାରା ୩୭୭ ଅନୁସାରେ ୧୦ ବର୍ଷ ଜେଲ୍‌ କିମ୍ବା ଫାଇନ୍‌ ଦେବାର ବ୍ୟବସ୍ଥା ଏବେ ପ୍ରଚଳିତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos