ନୂଆଦିଲ୍ଲୀ: ଆଧାର ଆଇନର ସାମ୍ବିଧାନିକ ବୈଧତା ଅଛି କି ନାହିଁ, ତାହା ଉପରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ଆଧାରକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଆଧାର ଡାଟାବେସ୍ ନାଗରିକଙ୍କ ରାଇଟ୍-ଟୁ-ପ୍ରାଇଭେସିକୁ ଉଲ୍ଲଂଘନ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଲୋକଙ୍କ ଆଇଜ୍ ସ୍କାନ ଓ ଫିଙ୍ଗର୍ ପ୍ରିଣ୍ଟ ନିଆଯାଉଥିବାରୁ ଏହାକୁ ବିରୋଧ କରାଯାଉଛି । ତା ଛଡ଼ା ଆଧାର ତଥ୍ୟ ସୁରକ୍ଷିତ ନୁହେଁ ବୋଲି ମଧ୍ୟ ପିଟିସନରେ ଦର୍ଶାଯାଇଛି।ସୂଚନାଯୋଗ୍ୟ, କିଛି ଦିନ ତଳେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ, ରାଇଟ୍ ଟୁ ପ୍ରାଇଭେସି ହେଉଛି ମୌଳିକ ଅଧିକାର । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ଏହାକୁ ବାଧ୍ୟତାମୂଳକ କରିଥିବାରୁ ଅଧାର ଆଇନ୍ ପ୍ରଣୟନ ଯୋଗୁ କେନ୍ଦ୍ର ସରକାରଙ୍କୁ ଶକ୍ତ ଧକ୍କା ଲାଗିଥିଲା।