ବଢ଼ୁଛି କରୋନା ସଂକ୍ରମଣ: ଭାରତକୁ ପୁଣି ଫେରିଲା ନାଇଟ କର୍ଫ୍ୟୁ, ଶିକ୍ଷାନୁଷ୍ଠାନ ବନ୍ଦ

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ଭାରତରେ ପୁଣିଥରେ କରୋନ ସଂକ୍ରମଣ ବୃଦ୍ଧି ପାଇଛି। ବିଶେଷ କରି ଉତ୍ତର ଓ କେନ୍ଦ୍ରୀୟ ଭାରତର ଏକାଧିକ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ କରିବାରୁ ସ୍ଥାନୀୟ ସରକାର ଆକ୍ସନ ମୋଡକୁ ଚାଲିଆସିଛନ୍ତି। ଶୁକ୍ରବାର ହରିଆଣା ଓ ରାଜସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁ ରେକର୍ଡ ଭାଙ୍ଗି ଦେଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ପୁଣିଥରେ ସଂକ୍ରମଣକୁ ରୋକିବାକୁ ଏକାଧିକ କଟକଣା ଜାରି କରିଛନ୍ତି। ତେବେ ସେମାନେ […]

fd

Hemant Lenka
  • Published: Saturday, 21 November 2020
  • , Updated: 21 November 2020, 04:39 PM IST

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ଭାରତରେ ପୁଣିଥରେ କରୋନ ସଂକ୍ରମଣ ବୃଦ୍ଧି ପାଇଛି। ବିଶେଷ କରି ଉତ୍ତର ଓ କେନ୍ଦ୍ରୀୟ ଭାରତର ଏକାଧିକ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ କରିବାରୁ ସ୍ଥାନୀୟ ସରକାର ଆକ୍ସନ ମୋଡକୁ ଚାଲିଆସିଛନ୍ତି।

ଶୁକ୍ରବାର ହରିଆଣା ଓ ରାଜସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁ ରେକର୍ଡ ଭାଙ୍ଗି ଦେଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ପୁଣିଥରେ ସଂକ୍ରମଣକୁ ରୋକିବାକୁ ଏକାଧିକ କଟକଣା ଜାରି କରିଛନ୍ତି। ତେବେ ସେମାନେ ସଂପୂର୍ଣ୍ଣ ଲକଡାଉନକୁ ଲାଗୁ କରିବା ନିଷ୍ପତ୍ତିରୁ ଏବେ ବି ଦୂରେଇ ରହିଛନ୍ତି। କିନ୍ତୁ ନାଇଟ କର୍ଫ୍ୟୁ ପୂର୍ବଭଳି ଲାଗୁ କରିଛନ୍ତି।

ପ୍ରଥମଥର ପାଇଁ ହରିଆଣାରେ ଗୋଟିଏ ଦିନରେ ୩୧୦୪ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ ହରିଆଣା ସରକାର ନଭେମ୍ବର ୩୦ ଯାଏ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମଧ୍ୟପ୍ରଦେଶ ସରକାର ୫ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। ରାତି ୧୦ଟାରୁ ସକାଳ ୬ଟା ଯାଏ କେହି ବି ବାହାରକୁ ବାହାରିପାରିବେ ନାହିଁ। ରାଜ୍ୟରେ ସ୍କୁଲ ମଧ୍ୟ ବନ୍ଦ ରହିବ। କେବଳ ୯ମ ଓ ୧୦ମ ଶ୍ରେଣୀ ପିଲା ଡାଉଟ୍‌ କ୍ଲିୟର କରିବାକୁ ସ୍କୁଲ ଯାଇ ପାରିବେ।

ଗୁଜରାଟ ସରକାର କେବଳ ଅହମଦାବାଦରେ ନାଇଟ କର୍ଫ୍ୟୁ ଲାଗୁ କରିଥିଲେ। ହେଲେ ଏବେ ସଂକ୍ରମଣକୁ ଦୃଷ୍ଟିରେ ରଖି ସୁରତ, ଭଦୋଦରା ଓ ରାଜକୋଟ୍‌ରେ ମଧ୍ୟ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଆଜି ରାତି ୯ଟାରୁ ଏଠାରେ ନାଇଟ କର୍ଫ୍ୟୁ ଆରମ୍ଭ ହେବ।

ରାଜସ୍ଥାନରେ ଗୋଟିଏ ଦିନରେ ୨୭୬୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି କାରଣରୁ ରାଜ୍ୟର ୩୩ଟି ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି।

Related story