ରିପବ୍ଲିକ୍ ଅଫ୍ ସୁରିନାମେ ରାଷ୍ଟ୍ରପତି ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି !

ନୂଆଦିଲ୍ଲୀ: ଚଳିତବର୍ଷ ଗଣତନ୍ତ୍ର ଦିବସ ପାଇଁ ଅତିଥି ହେବେ ରିପବ୍ଲିକ୍ ଅଫ୍ ସୁରିନାମେର ରାଷ୍ଟ୍ରପତି ଚନ୍ଦ୍ରିକାପେରସାଦ ସାନ୍ତୋଖି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ତାଙ୍କ ଦେଶର କୋଭିଡ୍ ନିୟମ ପାଇଁ ମନା କରିବା ପରେ କେନ୍ଦ୍ର ସରକାର ରିପବ୍ଲିକ୍ ଅଫ୍ ସୁରିନାମେର ରାଷ୍ଟ୍ରପତିଙ୍କୁ ନୂଆ ଅତିଥି ଭାବରେ ନିମନ୍ତ୍ରଣ କରିଛନ୍ତି। ଚନ୍ଦ୍ରିକାପେରସାଦ ସାନ୍ତୋଖି ଭାରତୀୟ ବଂଶୋଦ୍ଭୋବ। ନିକଟରେ ବୈଦେଶିକ ମନ୍ତ୍ରାଳୟ ପ୍ରବାସୀ ଭାରତୀୟ ଦିବସ ପାଳନ କରିଥିଲା। ସେଥିରେ ଚନ୍ଦ୍ରିକାପେରସାଦ ସାନ୍ତୋଖି ଯୋଗ ଦେଇ ଉଦବୋଧନ ଦେଇଥିଲେ। […]

Chandrikapersad-Santokhi

Subhransu Sekhar
  • Published: Sunday, 10 January 2021
  • , Updated: 14 January 2021, 07:28 PM IST

ନୂଆଦିଲ୍ଲୀ: ଚଳିତବର୍ଷ ଗଣତନ୍ତ୍ର ଦିବସ ପାଇଁ ଅତିଥି ହେବେ ରିପବ୍ଲିକ୍ ଅଫ୍ ସୁରିନାମେର ରାଷ୍ଟ୍ରପତି ଚନ୍ଦ୍ରିକାପେରସାଦ ସାନ୍ତୋଖି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ତାଙ୍କ ଦେଶର କୋଭିଡ୍ ନିୟମ ପାଇଁ ମନା କରିବା ପରେ କେନ୍ଦ୍ର ସରକାର ରିପବ୍ଲିକ୍ ଅଫ୍ ସୁରିନାମେର ରାଷ୍ଟ୍ରପତିଙ୍କୁ ନୂଆ ଅତିଥି ଭାବରେ ନିମନ୍ତ୍ରଣ କରିଛନ୍ତି। ଚନ୍ଦ୍ରିକାପେରସାଦ ସାନ୍ତୋଖି ଭାରତୀୟ ବଂଶୋଦ୍ଭୋବ।

ନିକଟରେ ବୈଦେଶିକ ମନ୍ତ୍ରାଳୟ ପ୍ରବାସୀ ଭାରତୀୟ ଦିବସ ପାଳନ କରିଥିଲା। ସେଥିରେ ଚନ୍ଦ୍ରିକାପେରସାଦ ସାନ୍ତୋଖି ଯୋଗ ଦେଇ ଉଦବୋଧନ ଦେଇଥିଲେ।

ଚନ୍ଦ୍ରିକାପେରସାଦ ସାନ୍ତୋଖି ଜୁଲାଇ ୨୦୨୦ରେ ରିପବ୍ଲିକ୍ ଅଫ୍ ସୁରିନାମେର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ପ୍ରୋଗ୍ରେସିଭ୍ ରିଫୋର୍ମ ପାର୍ଟି ମୋଟ୍ 51 ଆସନରୁ 20ଟି ଆସନରେ ବିଜୟୀ ହୋଇଥିଲା।

Related story