ସୁଶାନ୍ତ ମୃତ୍ୟୁ ମାମଲା: ମୁମ୍ବାଇ ପୁଲିସ୍‌ର ୨ ଜଣ ଡିସିପିଙ୍କୁ ଜେରା କରିବ ସିବିଆଇ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ସିବିଆଇ ହାତକୁ ଯିବା ପରେ ପୂରା ସଂସ୍ଥା ଏବେ ଆକ୍ସନ ମୋଡକୁ ଚାଲି ଆସିଛି। ସିବିଆଇର ଏସଆଇଟି ଆଜି ମୁମ୍ବାଇରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ, ସିବିଆଇ ଏସଆଇଟି ମୁମ୍ବାଇ ପୁଲିସ୍‌ର ଦୁଇ ଜଣ ଡେପୁଟି କମିଶନରଙ୍କୁ ଜେରା କରିବ। ମୁମ୍ବାଇ ଡିସିପି ଅଭିଷେକ ତ୍ରିମୁଖେ ଓ ପରମଜିତ ସିଂହ ଧାହିୟା ହିଁ ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରୁଥିଲେ। ତେଣୁ ଉଭୟଙ୍କୁ ସିବିଆଇ […]

d

Hemant Lenka
  • Published: Thursday, 20 August 2020
  • , Updated: 20 August 2020, 02:35 PM IST

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ସିବିଆଇ ହାତକୁ ଯିବା ପରେ ପୂରା ସଂସ୍ଥା ଏବେ ଆକ୍ସନ ମୋଡକୁ ଚାଲି ଆସିଛି। ସିବିଆଇର ଏସଆଇଟି ଆଜି ମୁମ୍ବାଇରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ, ସିବିଆଇ ଏସଆଇଟି ମୁମ୍ବାଇ ପୁଲିସ୍‌ର ଦୁଇ ଜଣ ଡେପୁଟି କମିଶନରଙ୍କୁ ଜେରା କରିବ।

ମୁମ୍ବାଇ ଡିସିପି ଅଭିଷେକ ତ୍ରିମୁଖେ ଓ ପରମଜିତ ସିଂହ ଧାହିୟା ହିଁ ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରୁଥିଲେ। ତେଣୁ ଉଭୟଙ୍କୁ ସିବିଆଇ ଏସଆଇଟି ପଚରାଉଚରା କରିବ।

ସେହିପରି ତଦନ୍ତ ବେଳେ ମୁମ୍ବାଇ ପୁଲିସ୍‌ କେଉଁ ସବୁ ଦିଗକୁ ଅଣଦେଖା କରିଛି, ତା’ର ତର୍ଜମା ମଧ୍ୟ ଏସଆଇଟି କରିବ। ଏଥିସହ ସିବିଆଇ ଟିମ ସୁଶାନ୍ତଙ୍କ ବାନ୍ଦ୍ର ସ୍ଥିତ ଆପାର୍ଟମେଣ୍ଟକୁ ମଧ୍ୟ ଯାଇ ଛାନଭିନ କରିବ।

Related story