ଜେରା ବେଳେ ରିଆ ତିନି ତାରକାଙ୍କ ଡ୍ରଗ୍ସ ଲିଙ୍କ୍ ବାବଦରେ କହିଛନ୍ତି: ଏନସିବି

ମୁମ୍ୱାଇ: ଡ୍ରଗ୍ସ ଲିଙ୍କର ଜେରା ବେଳେ ରିଆ ଚକ୍ରବର୍ତ୍ତୀ ତିନି ବଲିଉଡ ତାରକାଙ୍କ ନାମ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଗରେ କହିଛନ୍ତି। ଆଜି ଏହା ସ୍ପଷ୍ଟ କରିଛି ଏନସିବି। ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ତାଙ୍କର ତିନି ସହଯୋଗୀଙ୍କ ନାମ କହିଛନ୍ତି। ଏହି ତିନି ତାରାକା ହେଲେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ (୨୫), ରକୁଲ ପ୍ରୀତ ସିଂହ (୨୯)। ଅନ୍ୟ ଜଣେ ଫେସନ ଡିଜାଇନର ସିମୋନ୍ ଖୋମ୍ୱାଟା (୨୯)। […]

B TOWN GIRL DRUGS

Subhransu Sekhar
  • Published: Monday, 14 September 2020
  • , Updated: 15 September 2020, 12:32 AM IST

ମୁମ୍ୱାଇ: ଡ୍ରଗ୍ସ ଲିଙ୍କର ଜେରା ବେଳେ ରିଆ ଚକ୍ରବର୍ତ୍ତୀ ତିନି ବଲିଉଡ ତାରକାଙ୍କ ନାମ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଗରେ କହିଛନ୍ତି। ଆଜି ଏହା ସ୍ପଷ୍ଟ କରିଛି ଏନସିବି। ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ତାଙ୍କର ତିନି ସହଯୋଗୀଙ୍କ ନାମ କହିଛନ୍ତି। ଏହି ତିନି ତାରାକା ହେଲେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ (୨୫), ରକୁଲ ପ୍ରୀତ ସିଂହ (୨୯)। ଅନ୍ୟ ଜଣେ ଫେସନ ଡିଜାଇନର ସିମୋନ୍ ଖୋମ୍ୱାଟା (୨୯)।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା। ଏହାପରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ମାମଲାର ତଦନ୍ତ କରୁଛି। ରିଆ ଡ୍ରଗ୍ସ ବ୍ୟବସାୟ କରୁଥିବାର ପ୍ରମାଣ ପାଇଛି ଏନସିବି। କିଛି ଦିନ ପୂର୍ବରୁ ରିଆ ଏନସିବି ଆଗରେ କହିଥିଲେ ବଲିଉଡର ୮୦ ପ୍ରତିଶତ ବ୍ୟକ୍ତି ଡ୍ରଗ୍ସ ଧନ୍ଦାରେ ସାମିଲ୍ ଅଛନ୍ତି। ଡ୍ରଗ୍ସ ଲିଙ୍କରେ ଏନସିବି ମୋଟ୍ ଛଅ ଜଣଙ୍କୁ ଗିରଫ କରି ସାରିଛି।

ମଙ୍ଗଳବାର ଏହି ତିନି ଅଭିନେତ୍ରୀଙ୍କୁ ଏନସିବି ସମନ ପଠାଇବ ବୋଲି ଜଣାପଡ଼ିଛି। ଗୁରୁବାର ସୁଦ୍ଧା ଏହି ତିନି ଅଭିନେତ୍ରୀ ଏନସିବି ଆଗରେ ହାଜର ହୋଇପାରନ୍ତି।

ତେବେ ବଲିଉଡର ଆଉ କିଛି ତାରକାଙ୍କ ନାମ ଏନସିବି ଲିଷ୍ଟ କରିଥିବା ଖବର ବାବଦରେ ଏନସିବି କିଛି କହି ନାହିଁ। ହେଲେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏବେ ଏନସିବି ବଲିଉଡର ଛୋଟ ଛୋଟ ଡ୍ରଗ୍ସ ବ୍ୟବସାୟୀଙ୍କ ଉପରେ ନଜର ରଖିଛି। ଯେଉଁମାନେ ଡ୍ରଗ୍ସକୁ ବିଭିନ୍ନ ଜରିଆରେ ଗ୍ରାହକଙ୍କ ପାଖରେ ପହଞ୍ଚାଉଛନ୍ତି।

ସାରା ଅଲ୍ଲୀ ଖାନ ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ଛୁଟି କଟାଇବା ପାଇଁ ଥାଇଲ୍ୟାଣ୍ଡ ଯାଇଥିଲେ। ସୁଶାନ୍ତ ମୃତ୍ୟୁ ମାମଲାରେ ଏହି ଖବର ସାମ୍ନାକୁ ଆସିଥିଲା। ତେବେ ଏହି ମାମଲାରେ ନୂଆ ନାଁ ସାମ୍ନାକୁ ଆସିଛି ସେ ହେଲେ ରକୁଲ ପ୍ରୀତ ସିଂହ। ଅନ୍ୟ ଜଣେ ସିମୋନ୍ ଖୋମ୍ୱାଟା ଯାହାଙ୍କ ନାଁ ରିଆ ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଚାଟରେ ସାମ୍ନାକୁ ଆସିଥିଲା।

ସୂଚନାଯୋଗ୍ୟ, ସାରା ଅଲ୍ଲୀ ଖାନ୍ ଏବଂ ସୁଶାନ୍ତ ସିଂ ରାଜପୁତଙ୍କର ମଧ୍ୟ ପ୍ରେମ ସମ୍ପର୍କ ଥିଲା ବୋଲି ବିଭିନ୍ନ ଖବରରୁ ଜଣାପଡ଼ିଛି। ଭଭୟ କେଦାରନାଥ ସିନେମାରେ ଏକାଠି ଅଭିନୟ କରିଥିଲେ। ସାରା ଅଲ୍ଲୀ ଖାନ୍ ହେଉଛନ୍ତି ସୈଫ୍ ଅଲ୍ଲୀ ଖାନଙ୍କ ପ୍ରଥମ ସ୍ତ୍ରୀର ଝିଅ।

Related story