ମୁମ୍ୱାଇ: ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଏବଂ ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡଙ୍କୁ 9 ସେପ୍ଟେମ୍ୱର ଯାଏ ରିମାଣ୍ଡରେ ନେଇଛି ନାର୍କୋ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ଶିନାବାର ଏନିସିବି ମୁମ୍ୱାଇର ଏକ କୋର୍ଟରେ ଉଭୟଙ୍କୁ ହାଜର କରି ରିମାଣ୍ଡରେ ନେଇଛି। କୋର୍ଟରେ କିନ୍ତୁ ସୌଭିକଙ୍କୁ ରିମାଣ୍ଡରେ ନେବା ପ୍ରକ୍ରିୟାକୁ ତାଙ୍କ ଓକିଲ ସତୀଶ ମାନଶିନ୍ଦେ ବିରୋଧ କରିଥିଲେ।
ଏହି ମାମଲାରେ ପୂର୍ବରୁ ମଧ୍ୟ ଦୁଇ ଜଣ ଗିରଫ ହୋଇ ସାରିଛନ୍ତି। ରିମାଣ୍ଡ ବେଳେ ଏନସିବି ସମସ୍ତଙ୍କୁ ସାମ୍ନାସାମ୍ନୀ କରି ପଚରାଉଚରା କରିବ ବୋଲି ଜଣାପଡ଼ିଛି।
ଅନ୍ୟପଟେ ରିଆ ଏବଂ ସୌଭିକଙ୍କର ହ୍ୱାଟସଆପ୍ ଚାର୍ଟ ଏନିସିବି ହାତରେ ଲାଗିଛି। ଉଭୟ ଡ୍ରଗ୍ସ ନେଇ କଥାବାର୍ତ୍ତା କରୁଥିଲେ ବୋଲି ଜଣାପଡ଼ିଛି। ତେଣୁ ରିଆଙ୍କୁ ମଧ୍ୟ ଏନିସିବି ସମନ କରିବ ବୋଲି ସୂଚନା ରହିଛି। ଯେହେତୁ ଏନିସିବି ରିଆ ଡ୍ରଗ୍ସ କିଣି ବିକ୍ରି କରୁଥିବାର ପ୍ରମାଣ ପାଇଛି ତେଣୁ ରିଆ ମଧ୍ୟ ଖୁବଶୀଘ୍ର ଗିରଫ ହେବେ ବୋଲି ଜଣାପଡ଼ିଛି।