୧୪ ମିନିଟ୍‌ ପାଇଁ ଆକାଶରେ ନିଖୋଜ ହୋଇଗଲା ସୁଷମା ସ୍ୱରାଜଙ୍କ ବିମାନ

ନୂଆଦିଲ୍ଲୀ: ଶନିବାର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ନେଇ ତ୍ରିବେନ୍ଦ୍ରମରୁ ମରିସସ ଯାଉଥିବା ଭିଭିଆଇପି ବିମାନ ‘ମେଘଦୂତ’ କିଛି ସମୟ ପାଇଁ ଆକାଶରେ ନିଖୋଜ ହୋଇଯାଇଥିଲା। ମରିସସରେ ପ୍ରବେଶ କରିବା ପରେ ସେଠାକାର ଏୟାରଟ୍ରାଫିକ୍‌ କଣ୍ଟ୍ରୋଲ୍‌ ସହିତ ୧୪ ମିନିଟ୍‌ ପାଇଁ ବିମାନଟିର ସମ୍ପର୍କ ଛିନ୍ନ ହୋଇ ଯାଇଥିଲା। ସାଧାରଣତଃ ସମୁଦ୍ର ଉପରେ ଆକାଶରେ ବିମାନ ସହିତ ଏମିତି ସମ୍ପର୍କ ଛିନ୍ନ ହୋଇଗଲେ ୩୦ ମିନିଟ ଅପେକ୍ଷା  କରାଯାଏ। ତା’ପରେ ଯଦି ବିମାନ ନ ମିଳେ, ତେବେ […]

596525-sushma-swaraj

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 07:20 PM IST

ନୂଆଦିଲ୍ଲୀ: ଶନିବାର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ନେଇ ତ୍ରିବେନ୍ଦ୍ରମରୁ ମରିସସ ଯାଉଥିବା ଭିଭିଆଇପି ବିମାନ ‘ମେଘଦୂତ’ କିଛି ସମୟ ପାଇଁ ଆକାଶରେ ନିଖୋଜ ହୋଇଯାଇଥିଲା। ମରିସସରେ ପ୍ରବେଶ କରିବା ପରେ ସେଠାକାର ଏୟାରଟ୍ରାଫିକ୍‌ କଣ୍ଟ୍ରୋଲ୍‌ ସହିତ ୧୪ ମିନିଟ୍‌ ପାଇଁ ବିମାନଟିର ସମ୍ପର୍କ ଛିନ୍ନ ହୋଇ ଯାଇଥିଲା।

ସାଧାରଣତଃ ସମୁଦ୍ର ଉପରେ ଆକାଶରେ ବିମାନ ସହିତ ଏମିତି ସମ୍ପର୍କ ଛିନ୍ନ ହୋଇଗଲେ ୩୦ ମିନିଟ ଅପେକ୍ଷା  କରାଯାଏ। ତା’ପରେ ଯଦି ବିମାନ ନ ମିଳେ, ତେବେ ବିମାନ ନିଖୋଜ ହୋଇ ଯାଇଛି ବୋଲି ଘୋଷଣା କରାଯାଏ। କିନ୍ତୁ ସୁଷମାଙ୍କ ବିମାନଟି ମରିସସରେ ପ୍ରବେଶ କରିବା ପରେ ୧୪ ମିନିଟ୍‌ ପର୍ଯ୍ୟନ୍ତ ସେଠାକାର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ସହିତ ସମ୍ପର୍କରେ ରହି ନଥିଲା। ତେଣୁ ସେମାନେ ଏମର୍ଜେନ୍ସି ଆଲାର୍ମ ବଟନ ଦବାଇଥିଲେ ବୋଲି ଏୟାର ଅଥରୋଟି ଅଫ୍‌ ଇଣ୍ଡିଆ କହିଛି।

ପ୍ରକାଶ ଥାଉକି, ସୁଷମା ବ୍ରିକ୍ସ ଓ ଭାରତ-ବ୍ରାଜିଲ୍‌-ଦକ୍ଷିଣ ଆଫ୍ରିକା ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବାକୁ ଦକ୍ଷିଣ ଆଫ୍ରିକା ଯାଉଥିଲେ।

Related story