ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ, ନାହିଁ ଟ୍ରାଭେଲ ହିଷ୍ଟ୍ରି

ସିମଲା: କରୋନା ପରେ ପରେ ଏବେ ଡରାଇଲାଣି ମଙ୍କିପକ୍ସ । ବିଭିନ୍ନ ଦେଶରେ ପ୍ରାୟ ୧୬ ହଜାରରୁ ଅଧିକ ଏହି ମାମଲା ସାମନାକୁ ଆସିଥିବା ବେଳେ ଭାରତରେ ଏବେ ସୁଦ୍ଧା ୪ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏବେ ଦେଶରେ ବାହାରିଛି ପଞ୍ଚମ ମଙ୍କିପକ୍ସ ଆକ୍ରାନ୍ତ ମାମଲା। ପଞ୍ଚମ ଆକ୍ରାନ୍ତଜଣକ ହିମାଚଳ ପ୍ରଦେଶର ସୋଲେନ ଅଞ୍ଚଳର ବୋଲି ଜଣାପଡ଼ିଛି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ସମ୍ପୃକ୍ତ ବ୍ୟକ୍ତିଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଯାହାକି ସମସ୍ତଙ୍କ ଚିନ୍ତା […]

monkeypox

  • Published: Saturday, 30 July 2022
  • , Updated: 30 July 2022, 11:53 AM IST

ସିମଲା: କରୋନା ପରେ ପରେ ଏବେ ଡରାଇଲାଣି ମଙ୍କିପକ୍ସ । ବିଭିନ୍ନ ଦେଶରେ ପ୍ରାୟ ୧୬ ହଜାରରୁ ଅଧିକ ଏହି ମାମଲା ସାମନାକୁ ଆସିଥିବା ବେଳେ ଭାରତରେ ଏବେ ସୁଦ୍ଧା ୪ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏବେ ଦେଶରେ ବାହାରିଛି ପଞ୍ଚମ ମଙ୍କିପକ୍ସ ଆକ୍ରାନ୍ତ ମାମଲା।

ପଞ୍ଚମ ଆକ୍ରାନ୍ତଜଣକ ହିମାଚଳ ପ୍ରଦେଶର ସୋଲେନ ଅଞ୍ଚଳର ବୋଲି ଜଣାପଡ଼ିଛି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ସମ୍ପୃକ୍ତ ବ୍ୟକ୍ତିଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଯାହାକି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।ସମ୍ପୃକ୍ତ ଆକ୍ରାନ୍ତଙ୍କ ସାମ୍ପୁଲ ଟେଷ୍ଟ ପାଇଁ ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜିକୁ ପଠାଇ ଦିଆଯାଇଛି।

ପ୍ରାୟ ୨୧ ଦିନ ପୂର୍ବେ ଆକ୍ରାନ୍ତଙ୍କ ନିକଟରେ ମଙ୍କିପକ୍ସ ଲକ୍ଷଣ ଦେଖାଯାଇଥିଲା। ପରୀକ୍ଷା ପରେ ତାହା ପଜିଟିଭ ବାହାରିଥିଲା । ଏବେ ତାଙ୍କୁ ଆଇସୋଲେସନରେ  ରଖାଯାଇଥିବା ବେଳେ ସେ ସୁସ୍ଥ ଥିବା ଜଣାଯାଇଛି।  ଏଥିସହ ଆଖପାଖ ଅଞ୍ଚଳ ଉପରେ ତୀକ୍ଷଣ ନଜର ରଖାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଦେଶରେ ମଙ୍କିପକ୍ସର ମାମଲା ଧୀରେ ଧୀରେ ମୁଣ୍ଡ ଟେକୁଥିବା ବେଳେ କେନ୍ଦ୍ର ସରକାର ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍କିପକ୍ସ ରୋଗୀ ଏବଂ ସେମାନଙ୍କ ସଂସ୍ପର୍ଶ‌ରେ ଯେଉଁମା‌ନେ ଆସିଛନ୍ତି ସେମାନଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି।

ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ସମସ୍ତ ଘା ଶୁଖିବା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀ ସଙ୍ଗରୋଧରେ ରହିବେ  ରୋଗୀ।  ତିନି ଥାକିଆ ମାସ୍କ ପିନ୍ଧିବେ।  ଶରୀରରେ ହୋଇଥିବା ଘା ଓ ବଥ ଗୁଡିକୁ ଯଥା ସମ୍ଭବ ଘୋଡାଇ ରଖିବା ଉଚିତ । ସଂକ୍ରମିତ ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ୨୧ ଦିନ ଆଇସୋଲେସନରେ ରହିବେ ବୋଲି ନିର୍ଦ୍ଦେଶାବଳୀ ଜାରି ହୋଇଛି।

Related story