ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ସମେତ ୧୫ କାଉନସିଲର ବିଜେପିରେ ସାମିଲ୍

ନୂଆଦିଲ୍ଲୀ: ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ସୌମେନ୍ଦୁ ଅଧିକାରୀ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି। ସୌମେନ୍ଦୁ କାନ୍ଥି ନଗରପାଳିକାର ପୂର୍ବତନ ଚେୟାରମ୍ୟାନ୍। ଶୁକ୍ରବାର ପୂର୍ବ ମେଦିନୀପୁରର କାନ୍ଥିରେ ଶୁଭେନ୍ଦୁ ଅଧିକାରୀ ଏକ ବୈଠକ କରିଥିଲେ। ଏଥିରେ ଶୁଭେନ୍ଦୁଙ୍କ ଭାଇ ସମେତ ୧୫ ଜଣ ବିଦାୟୀ କାଉନସିଲରଙ୍କ ସମେତ ବହୁ ସଂଖ୍ୟକ ଟିଏମସି ସମର୍ଥକ ବିଜେପିରେ ଯୋଗ ଦେଇଥିଲେ। କାନ୍ଥିରେ ମୋଟ କାଉନସିଲରଙ୍କ ସଂଖ୍ୟା ୨୧। ଏଥିରୁ ୧୫ ଜଣ ବିଜେପି ଯୋଗଦେବା […]

suvendu-adhikari

Subhransu Sekhar
  • Published: Friday, 01 January 2021
  • , Updated: 01 January 2021, 05:43 PM IST

ନୂଆଦିଲ୍ଲୀ: ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ସୌମେନ୍ଦୁ ଅଧିକାରୀ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି। ସୌମେନ୍ଦୁ କାନ୍ଥି ନଗରପାଳିକାର ପୂର୍ବତନ ଚେୟାରମ୍ୟାନ୍। ଶୁକ୍ରବାର ପୂର୍ବ ମେଦିନୀପୁରର କାନ୍ଥିରେ ଶୁଭେନ୍ଦୁ ଅଧିକାରୀ ଏକ ବୈଠକ କରିଥିଲେ। ଏଥିରେ ଶୁଭେନ୍ଦୁଙ୍କ ଭାଇ ସମେତ ୧୫ ଜଣ ବିଦାୟୀ କାଉନସିଲରଙ୍କ ସମେତ ବହୁ ସଂଖ୍ୟକ ଟିଏମସି ସମର୍ଥକ ବିଜେପିରେ ଯୋଗ ଦେଇଥିଲେ। କାନ୍ଥିରେ ମୋଟ କାଉନସିଲରଙ୍କ ସଂଖ୍ୟା ୨୧। ଏଥିରୁ ୧୫ ଜଣ ବିଜେପି ଯୋଗଦେବା ପରେ ସଂଖ୍ୟାଗରିଷ୍ଠତା ବିଜେପି ସପକ୍ଷକୁ ଆସିଛି।

ସୂଚନାଯୋଗ୍ୟ, ଶୁଭେନ୍ଦୁ ଅଧିକାରୀଙ୍କ ବାପା ଶିଶିର ଅଧିକାରୀ ଏବଂ ଭାଇ ଦିବ୍ୟେନ୍ଦୁ ଅଧିକାରୀ ଟିଏମସି ସାଂସଦ। ନିକଟରେ ଶୁଭେନ୍ଦୁଙ୍କ ସାନଭାଇ ସୌମେନ୍ଦୁ କାନ୍ଥି ନଗରପାଳିକା ବୋର୍ଡର ଅଧ୍ୟକ୍ଷ ପଦରୁ ସରକାର ବିଦା କରିଥିଲେ। ଦଳ ବିରୋଧୀ ସମ୍ଭାବନାକୁ ଦେଖି ତାଙ୍କୁ ବିଦା କରିଥିଲେ ସରକାର।

ସୂଚନାଯୋଗ୍ୟ, ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଟିଏମସିର ଅନେକ ହେବିଓ୍ୱେଟ୍ ବିଜେପି ମୁହାଁ ହୋଇଥିବା ସୂଚନା ରହିଛି। ନିକଟରେ ଶୁଭେନ୍ଦୁ ସମେତ ଜଣେ ସାଂସଦ ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି। ଡିସେମ୍ୱରରେ ଅମିତ ଶାହଙ୍କ ଏକ ରାଲିରେ ଶୁଭେନ୍ଦୁ ବିଜେପିରେ ସାମିଲ୍ ହୋଇଥିଲେ। ଏହି ଅବସରରେ ଶାହ କହିଥିଲେ ନିର୍ବାଚନ ବେଳକୁ ଟିଏମସିରେ ମମତା ହିଁ ଏକା ଥିବେ।

Related story