ପୁଣି ମମତାଙ୍କୁ ଝଟକା: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। ପୂର୍ବରୁ ଦଳର ବରିଷ୍ଠ ନେତା ମମତାଙ୍କ ହାତ ଛାଡ଼ୁଥିବା ବେଳେ ଏବେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶୁଭେନ୍ଦୁ ଅଧିକାରୀ। ସେ ମମତା ସରକାରରେ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏହାପୂର୍ବରୁ ସେ ହୁଗୁଳି ବ୍ରିଜ କମିଶନର ଅଧ୍ୟକ୍ଷ ପଦ ମଧ୍ୟ ଛାଡ଼ିଥିଲେ। ଆଜି ସକାଳୁ ଶୁଭେନ୍ଦୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା […]

dy

Hemant Lenka
  • Published: Friday, 27 November 2020
  • , Updated: 27 November 2020, 02:04 PM IST

କୋଲକାତା: ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। ପୂର୍ବରୁ ଦଳର ବରିଷ୍ଠ ନେତା ମମତାଙ୍କ ହାତ ଛାଡ଼ୁଥିବା ବେଳେ ଏବେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶୁଭେନ୍ଦୁ ଅଧିକାରୀ। ସେ ମମତା ସରକାରରେ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏହାପୂର୍ବରୁ ସେ ହୁଗୁଳି ବ୍ରିଜ କମିଶନର ଅଧ୍ୟକ୍ଷ ପଦ ମଧ୍ୟ ଛାଡ଼ିଥିଲେ।

ଆଜି ସକାଳୁ ଶୁଭେନ୍ଦୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା କଥା ଘୋଷଣା କରିଥିଲେ। ଏହାପରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ପରିବହନ ସହ ସେ ମମତାଙ୍କ ସରକାରରେ ଜଳ ସେଚନ ଓ ୱାରଟୱେଜ୍‌ ବିଭାଗ ମଧ୍ୟ ସମ୍ଭାଳୁଥିଲେ।

ତେବେ ସେ କ’ଣ ପାଇଁ ନିଜ ପଦରୁ ଇସ୍ତଫା ଦେଇଛନ୍ତି, ସେକଥା ଜଣାପଡ଼ିନାହିଁ। ସେହିପରି ଶୁଭେନ୍ଦୁଙ୍କ ଇସ୍ତଫାପତ୍ର ରାଜ୍ୟପାଳଙ୍କ ପାଖରେ ମଧ୍ୟାହ୍ନ ୧.୦୫ରେ ପହଞ୍ଚିଥିବା ସେ ଟ୍ୱିଟ କରି ସୂଚନା ଦେଇଛନ୍ତି।

Related story