ସ୍ୱିଡେନରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସ୍ୱିଡେନ ଓ ବେଲାରୁସକୁ ପାଞ୍ଚଦିନିଆ ଗସ୍ତରେ ଯାଇଛନ୍ତି। ସୋମବାର ସେ ସ୍ୱିଡେନ ରାଜଧାନୀ ଷ୍ଟୋକହାଲମରେ ପହଞ୍ଚିଛନ୍ତି। ଏହି ଦୁଇ ଦେଶକୁ ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀ ପ୍ରଥମଥର ପାଇଁ ଗସ୍ତ କରିଛନ୍ତି। ଏହି ଯାତ୍ରା ସମୟରେ ଦୁଇ ଦେଶ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଚୁକ୍ତି ହେବାର ସମ୍ଭାବନା ରହିଛି। ସେଠାରେ ସେ ମହାରାଜା ଓ ମହାରାଣୀଙ୍କ ସାକ୍ଷାତ କରିବା ସହ ପ୍ରଧାନମନ୍ତ୍ରୀ ଷ୍ଟିଫେନ୍ ଲିବେନ୍ , ବିରୋଧୀ ଦଳ ନେତା ଅନ୍ନ କର୍ଣ୍ଣବର୍ଗ […]

pranab-mukherjee

Rakesh Mallick
  • Published: Monday, 01 June 2015
  • , Updated: 02 June 2015, 03:36 AM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସ୍ୱିଡେନ ଓ ବେଲାରୁସକୁ ପାଞ୍ଚଦିନିଆ ଗସ୍ତରେ ଯାଇଛନ୍ତି। ସୋମବାର ସେ ସ୍ୱିଡେନ ରାଜଧାନୀ ଷ୍ଟୋକହାଲମରେ ପହଞ୍ଚିଛନ୍ତି। ଏହି ଦୁଇ ଦେଶକୁ ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀ ପ୍ରଥମଥର ପାଇଁ ଗସ୍ତ କରିଛନ୍ତି। ଏହି ଯାତ୍ରା ସମୟରେ ଦୁଇ ଦେଶ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଚୁକ୍ତି ହେବାର ସମ୍ଭାବନା ରହିଛି। ସେଠାରେ ସେ ମହାରାଜା ଓ ମହାରାଣୀଙ୍କ ସାକ୍ଷାତ କରିବା ସହ ପ୍ରଧାନମନ୍ତ୍ରୀ ଷ୍ଟିଫେନ୍ ଲିବେନ୍ , ବିରୋଧୀ ଦଳ ନେତା ଅନ୍ନ କର୍ଣ୍ଣବର୍ଗ ବେଟ୍ର ଏବଂ ସ୍ୱଡ଼େସ ସଂସଦର ଅଧ୍ୟକ୍ଷଙ୍କ ସହ ସାକ୍ଷାତ କରିବେ। ସ୍ୱଡ଼େନରେ ତିନିଦିନ ରହଣି ଅବସରରେ ସେ ୟୁରୋପର ପ୍ରସିଦ୍ଧ ଓ ପ୍ରାଚୀନ ୟୁନିଭରସିର୍ଟି ପରିଦର୍ଶନରେ ଯିବେ।

Related story