ବାହାଘର କଥା ଉଠିଲେ ଚିଡ଼ି ଯାଉଛନ୍ତି ଏହି ଅଭିନେତ୍ରୀ: ଜାଣନ୍ତୁ କ’ଣ କହୁଛନ୍ତି

ମୁମ୍ବାଇ: ବଲିଉଡରେ ଦୁଇ ଷ୍ଟାର ସଲମାନ ଖାନ ଓ ତବୁ ଆଜି ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି। ଯାହାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। କିଏ ଏମାନଙ୍କ ଜୀବନସାଥୀ ହେବେ ତାକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ସବୁ ବେଳେ ଉତ୍କଣ୍ଠା ଦେଖିବାକୁ ମିଳିଥାଏ। ବେଳେ ବେଳେ ଏମିତି ବି ହୁଏ କୌଣସି ସ୍ଥାନକୁ ଯାଇଥିଲେ ଏହି ଦୁଇ ଷ୍ଟାର ବିବାହକୁ ନେଇ ଏପରି କିଛି ପ୍ରଶ୍ନର ସମ୍ମୁଖୀନ ହୋଇଥାନ୍ତି, ଯାହା ସେମାନଙ୍କୁ ଅସ୍ତବ୍ୟସ୍ତ କରିପକାଏ। ବିବାହ ସହ […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 10:46 AM IST

Sports

Latest News

ମୁମ୍ବାଇ: ବଲିଉଡରେ ଦୁଇ ଷ୍ଟାର ସଲମାନ ଖାନ ଓ ତବୁ ଆଜି ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି। ଯାହାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। କିଏ ଏମାନଙ୍କ ଜୀବନସାଥୀ ହେବେ ତାକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ସବୁ ବେଳେ ଉତ୍କଣ୍ଠା ଦେଖିବାକୁ ମିଳିଥାଏ। ବେଳେ ବେଳେ ଏମିତି ବି ହୁଏ କୌଣସି ସ୍ଥାନକୁ ଯାଇଥିଲେ ଏହି ଦୁଇ ଷ୍ଟାର ବିବାହକୁ ନେଇ ଏପରି କିଛି ପ୍ରଶ୍ନର ସମ୍ମୁଖୀନ ହୋଇଥାନ୍ତି, ଯାହା ସେମାନଙ୍କୁ ଅସ୍ତବ୍ୟସ୍ତ କରିପକାଏ।

ବିବାହ ସହ ଜଡିତ କିଛି ପ୍ରଶ୍ନ ଆସିଲେ ବହୁ ସମୟରେ ସଲମାନ ଏହାକୁ ହସ ମଜାକରେ ଟାଳି ଦିଅନ୍ତି। ହେଲେ ତବୁ ଏଥିରେ ଖୁବ ବ୍ୟସ୍ତ ହୋଇପଡ଼ନ୍ତି। ନିକଟରେ ଏକ ସାକ୍ଷାତକାରରେ ତବୁଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନୀ ଉପରେ କିଛି କହିବାକୁ କୁହାଯାଇଥିଲା। ଏଥିରେ ତବୁ ଯାହା କହିଥିଲେ ଶୁଣିଲେ ଜାଣି ପାରିବେ ବିବାହ ପ୍ରଶ୍ନକୁ ନେଇ ସେ କେତେ ମାନସିକ ଚିନ୍ତାରେ ଅଛନ୍ତି। ତବୁ କହିଥିଲେ- “କାହିଁକି କେଜାଣି ମୋର ଓ ସଲମାନଙ୍କ ବିବାହକୁ ନେଇ ପୂରା ଦୁନିଆ ଚିନ୍ତା କରିଛି। ଜଣାନାହିଁ ଲୋକମାନେ କାହିଁକି ଅଧିକ ମୁଣ୍ଡ ଖେଳାଉଛନ୍ତି। ଏହି ପ୍ରଶ୍ନର ଉତ୍ତର ଦେଇ ଦେଇ ମୁଁ ଥକି ଗଲିଣି।”

ଆଗକୁ ଆସୁଥିବା ‘ଗୋଲମାଲ ଏଗେନ’ରେ ତବୁଙ୍କୁ ଦେଖିବାକୁ ମିଳିବ। ଗୋଲମାଲ ସିରିଜ୍‌ରେ କାମ କରିବାକୁ ତବୁଙ୍କର ବହୁତ ଇଚ୍ଛା ଥିଲା। ଯେତେବେଳେ ତାଙ୍କୁ ଏହି ଅଫର ଦିଆଯାଇଥିଲା ସ୍କ୍ରିପ୍ଟ ନଦେଖି ସେ ହଁ କହି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos