ଦିଲ୍ଲୀରେ ଚାଇନା ଏବଂ ତାଇଓ୍ୱାନ ସରକାର ମୁହାଁମୁହିଁ
ନୂଆଦିଲ୍ଲୀ: ତାଇୱାନର ଜାତୀୟ ଦିବସ ପୂର୍ବରୁ ଚାଇନା ଭାରତୀୟ ଗଣମାଧ୍ୟମକୁ ଓ୍ୱାନ ଚାଇନା ପଲିସିକୁ ଅନୁସରଣ କରିବାକୁ କହିଛି। ଏହି ପଲିସିରେ ତାଇଓ୍ୱାନ ହେଉଛି ଚୀନର ଏକ ଅଂଶ। ତେଣୁ ଏହି ବାର୍ତ୍ତାକୁ କଭରେଜ୍ କରିବାକୁ ଭାରତୀୟ ମିଡିଆକୁ ନିର୍ଦ୍ଦେଶ ଦେଇଥିଲା ଦିଲ୍ଲୀରେ ଥିବା ଚାଇନାର ଦୂତାବାସ। ଏହାକୁ ନେଇ ତାଇୱାନ ବୈଦେଶିକ ମନ୍ତ୍ରୀ ଏକ ବିବୃତ୍ତି ଜାରି କରିଛନ୍ତି।
ତାଇୱାନର ବୈଦେଶିକ ମନ୍ତ୍ରୀ ଜୋସେଫ ୱୁ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ତାଇୱାନର ଭାରତୀୟ ବନ୍ଧୁମାନଙ୍କ ପାଖରେ କେବଳ ଗୋଟିଏ ଉତ୍ତର ରହିବ, ନର୍କକୁ ଯାଅ!’
#India🇮🇳 is the largest democracy on Earth with a vibrant press & freedom-loving people. But it looks like communist #China is hoping to march into the subcontinent by imposing censorship. #Taiwan's🇹🇼 Indian friends will have one reply: GET LOST! JW https://t.co/XxkSSxj5ms
— 外交部 Ministry of Foreign Affairs, ROC (Taiwan) 🇹🇼 (@MOFA_Taiwan) October 7, 2020
ଦିଲ୍ଲୀରେ ଥିବା ଚାଇନା ଦୂତାବାସ ଭାରତୀୟ ମିଡିଆକୁ ଜାରି କରିଥିବା ଚିଠିରେ ଉଲ୍ଲେଖ ରହିଛି ଯେ ତାଇୱାନ ଚୀନ୍ର ଏକ ଅଂଶ। ଅକ୍ଟୋବର ୧୦ ହେଉଛି ତାଇୱାନ ଜାତୀୟ ଦିବସ। ଏହା ପୂର୍ବରୁ ଜାରି କରାଯାଇଥିବା ଏହି ଚିଠି ଭାରତୀୟ ଗଣମାଧ୍ୟମ ପାଇଁ ଚେତାବନୀ ସଦୃଶ ଥିଲା। ହେଲେ ଭାରତୀୟ ଗଣମାଧ୍ୟମ ଏହାକୁ ଗୁରୁତ୍ୱ ଦେଇନଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ତାଇୱାନ ସରକାର ଜାତୀୟ ଦିବସ ପୂର୍ବରୁ ଦିଲ୍ଲୀର ଦୁଇଟି ବଡ ଖବରକାଗଜରେ ଏକ ପୂର୍ଣ୍ଣ ପୃଷ୍ଠାର ବିଜ୍ଞାପନ ପ୍ରକାଶ କରିଥିଲେ। ଏହି ବିଜ୍ଞାପନରେ ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ ୱେନଙ୍କ ଫଟୋ ପ୍ରଦର୍ଶିତ ହୋଇଥିଲା ଏବଂ ଏକ ସ୍ଲୋଗାନ ଥିଲା ‘ତାଇୱାନ ଏବଂ ଭାରତ ପ୍ରକୃତ ଅଂଶୀଦାର’। ଚାଇନା ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। କାରଣ ଚାଇନା ତାଇୱାନକୁ ନିଜର ଏକ ଅଂଶ ବୋଲି କୁହେ। ଏବେ ସମଗ୍ର ବିଶ୍ୱ ମଧ୍ୟ ଏହାକୁ ଗ୍ରହଣ କରନ୍ତୁ ବୋଲି ଚାଇନା ଦାବି କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।