ଜୟଲଳିତାଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: ଶୋକାକୁଳ ପରିବେଶରେ ତାମିଲନାଡ଼ୁର ଜନପ୍ରିୟ ନେତ୍ରୀ ଜେ.ଜୟଲଳିତା(ଆମ୍ମା)ଙ୍କର ଚେନ୍ନାଇ ମାରିନା ବିଚ୍‌ରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ପଥପ୍ରଦର୍ଶକ ଏମ୍‌.ଜି.ରାମଚନ୍ଦ୍ରନଙ୍କ ସ୍ମାରକୀ ନିକଟରେ ଜୟାଙ୍କୁ ସମାଧି ଦିଆଯାଇଛି। ଜୟାଙ୍କ ଅନ୍ତରଙ୍ଗ ବାନ୍ଧବୀ ଶଶିକଳା ଶେଷକୃତ୍ୟ ସମ୍ପାଦନ କରିବା ପରେ ଉପସ୍ଥିତ ମାନ୍ୟଗନ୍ୟ ବ୍ୟକ୍ତିମାନେ ତାଙ୍କ ସମାଧିରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶେଷକୃତ୍ୟ ସମୟରେ  ତାମିଲନାଡୁ ରାଜ୍ୟପାଳ ସି. ବିଦ୍ୟାସାଗର ରାଓ, ମୁଖ୍ୟମନ୍ତ୍ରୀ ପନିର୍‌ ସେଲ୍‌ଭମ୍‌, କେନ୍ଦ୍ରମନ୍ତ୍ରୀ ଭେଙ୍କିଆ ନାଇଡୁ, କଂଗ୍ରେସ ଉପସଭାପତି ରାହୁଲ […]

jayalalithaa-casket

Rakesh Mallick
  • Published: Tuesday, 06 December 2016
  • , Updated: 07 December 2016, 07:36 AM IST

ଭୁବନେଶ୍ୱର: ଶୋକାକୁଳ ପରିବେଶରେ ତାମିଲନାଡ଼ୁର ଜନପ୍ରିୟ ନେତ୍ରୀ ଜେ.ଜୟଲଳିତା(ଆମ୍ମା)ଙ୍କର ଚେନ୍ନାଇ ମାରିନା ବିଚ୍‌ରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ପଥପ୍ରଦର୍ଶକ ଏମ୍‌.ଜି.ରାମଚନ୍ଦ୍ରନଙ୍କ ସ୍ମାରକୀ ନିକଟରେ ଜୟାଙ୍କୁ ସମାଧି ଦିଆଯାଇଛି। ଜୟାଙ୍କ ଅନ୍ତରଙ୍ଗ ବାନ୍ଧବୀ ଶଶିକଳା ଶେଷକୃତ୍ୟ ସମ୍ପାଦନ କରିବା ପରେ ଉପସ୍ଥିତ ମାନ୍ୟଗନ୍ୟ ବ୍ୟକ୍ତିମାନେ ତାଙ୍କ ସମାଧିରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶେଷକୃତ୍ୟ ସମୟରେ  ତାମିଲନାଡୁ ରାଜ୍ୟପାଳ ସି. ବିଦ୍ୟାସାଗର ରାଓ, ମୁଖ୍ୟମନ୍ତ୍ରୀ ପନିର୍‌ ସେଲ୍‌ଭମ୍‌, କେନ୍ଦ୍ରମନ୍ତ୍ରୀ ଭେଙ୍କିଆ ନାଇଡୁ, କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି ପ୍ରମୁଖ ଉପସ୍ଥିତ ଥିଲେ।

ଗତକାଲି ରାତିରେ ଆପୋଲୋ ହସ୍ପିଟାଲରେ ଜୟଲଳିତାଙ୍କ ପରଲୋକ ହୋଇଥିଲା। ଜନତାଙ୍କ ଭିଡକୁ ଲକ୍ଷ୍ୟକରି ରାତିରେ ହିଁ ଜୟଲଳିତାଙ୍କ ମରଶରୀରକୁ ରାଜାଜୀ ହଲ୍‌କୁ ଅଣାଯାଇଥିଲା। ସେଠାରେ ସର୍ବସାଧାରଣଙ୍କ ଶେଷ ଦର୍ଶନ ପାଇଁ ପ୍ରବଳ ଭିଡ ହୋଇଥିଲା। ଆମ୍ମା-ଆମ୍ମା କାନ୍ଦ ବୋବାଳିରେ ସମଗ୍ର ପରିବେଶ ଫାଟି ପଡ଼ୁଥିଲା। ସମର୍ଥକଙ୍କ ଜନ ସମୁଦ୍ରକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍‌କୁ ଲାଠି ଚାର୍ଯ କରିବାକୁ ପଡ଼ିଥିଲା।

ଏ ସବୁ ଭିତରେ ସମଗ୍ର ଦେଶରୁ ରାଜନେତାଙ୍କ ସୁଅ ଚେନ୍ନାଇକୁ ଛୁଟିଥିଲା। ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ରାଜାଜୀ ହଲରେ ପହଞ୍ଚି ଜୟଲଳିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ରାଜାଜୀ ହଲରେ ସର୍ବସାଧାରଣଙ୍କ ଶେଷ ଦର୍ଶନ ପରେ ଜୟଲଳିତାଙ୍କ ମରଶରୀରକୁ ଏକ ବିଶାଳ ଶୋଭାଯାତ୍ରାରେ ମେରିନା ବିଚ୍‌କୁ ନିଆ ଯାଇଥିଲା। ଭିଡ଼ରେ ଉଛୁଳି ପଡ଼ୁଥିଲା ରାସ୍ତା। ପ୍ରିୟ ନେତ୍ରୀଙ୍କ ଶେଷ ଦର୍ଶନ ପାଇଁ ସମର୍ଥକମାନେ ରାସ୍ତାକୁ ଉହ୍ଲାଇ ଆସିଥିଲେ। ଆମ୍ମା ଓ ଆମ୍ମା ଧ୍ୱନିରେ ପ୍ରକମ୍ପିତ ହେଉଥିଲା ସମଗ୍ର ପରିବେଶ। ଛଳଛଳ ଆଖିରେ ଶେଷ ଥର ପାଇଁ ପ୍ରିୟ ନେତ୍ରୀଙ୍କୁ ବିଦାୟ ଦେଇଥିଲେ ଲକ୍ଷାଧିକ ଜନତା।

Related story