ତାଣ୍ଡବର ପୂରା ଟିମ୍‌ ନାଁରେ ରୁଜୁ ହେଲା ମାମଲା

ଲକ୍ଷ୍ନୌ: ଆମଜନ ପ୍ରାଇମର ନୂଆ ୱେବ ସିରିଜ ତାଣ୍ଡବକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ୱେବ ସିରିଜ୍‌ରେ ହିନ୍ଦୁ ଧର୍ମକୁ ଆଘାତ ଦେବା ଭଳି ଦୃଶ୍ୟ ରହିଥିବା ଅଭିଯୋଗ ହେବା ପରେ ବିବାଦ ଚରମସୀମାରେ ପହଞ୍ଚିଛି। ଏସବୁ ଭିତରେ ଆଜି ଉତ୍ତର ପ୍ରଦେଶ ପୁଲିସ୍‌ ତାଣ୍ଡବର ପୂରା ଟିମ୍‌ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି। ଏଥିସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘନିଷ୍ଠ ସହଯୋଗୀ ୱେବ ସିରିଜ୍‌ର ଅଭିନେତା ସୈଫ ଅଲୀ ଖାନ୍‌ ଓ ନିର୍ଦ୍ଦେଶକଙ୍କୁ […]

d

Hemant Lenka
  • Published: Monday, 18 January 2021
  • , Updated: 18 January 2021, 04:56 PM IST

ଲକ୍ଷ୍ନୌ: ଆମଜନ ପ୍ରାଇମର ନୂଆ ୱେବ ସିରିଜ ତାଣ୍ଡବକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ୱେବ ସିରିଜ୍‌ରେ ହିନ୍ଦୁ ଧର୍ମକୁ ଆଘାତ ଦେବା ଭଳି ଦୃଶ୍ୟ ରହିଥିବା ଅଭିଯୋଗ ହେବା ପରେ ବିବାଦ ଚରମସୀମାରେ ପହଞ୍ଚିଛି। ଏସବୁ ଭିତରେ ଆଜି ଉତ୍ତର ପ୍ରଦେଶ ପୁଲିସ୍‌ ତାଣ୍ଡବର ପୂରା ଟିମ୍‌ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି।

ଏଥିସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘନିଷ୍ଠ ସହଯୋଗୀ ୱେବ ସିରିଜ୍‌ର ଅଭିନେତା ସୈଫ ଅଲୀ ଖାନ୍‌ ଓ ନିର୍ଦ୍ଦେଶକଙ୍କୁ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ ବୋଲି ଚେତାବନୀ ଦେଇଛନ୍ତି।

ମହାରାଷ୍ଟ୍ର ବିଜେପି ବିଧାୟକ ରାମ କଦମ ପ୍ରଥମେ ୱେକ ସିରିଜ୍‌ରେ ହିନ୍ଦୁ ଧର୍ମରେ ଦେବତାଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ କରିଥିଲେ। ଏହାପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଆମଜନ ପ୍ରାଇମକୁ ଏ ବିଷୟରେ ନୋଟିସ୍‌ କରି ଜବାବ ତଲବ କରିଛି। କିନ୍ତୁ ଏ ସବୁ ଭିତରେ ସୈଫ ଓ ଡିମ୍ପଲ କପାଡିଆଙ୍କ ଅଭିନୀତି ୱେବ ସିରିଜ୍‌ର ନିର୍ଦ୍ଦେଶକ, ପ୍ରଯୋଜକ, ଲେଖକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଛି। ସେମାନେ ହିନ୍ଦୁ ଧର୍ମର ଭାବନାକୁ ଆଘାତ ପହଞ୍ଚାଇଥିବା ଏଥିରେ କୁହାଯାଇଛି। ଲକ୍ଷ୍ନୌର ହଜରତଗଞ୍ଜ ପୁଲିସ୍‌ ଷ୍ଟେସନରେ କାର୍ଯ୍ୟରତ ଜଣେ ସବ୍‌ ଇନସପେକ୍ଟର ଏହି ମାମଲା ରୁଜୁ କରିଛନ୍ତି।

ମାମଲା ରୁଜୁ ହେବା ମାତ୍ରେ ଯୋଗୀଙ୍କ ମିଡିଆ ପରାମର୍ଶଦାତା ଶାଲଭ ମଣି ତ୍ରିପାଠୀ ଏହାର କପିକୁ ଟ୍ୱିଟର୍‌ରେ ଶେୟାର କରିଛନ୍ତି। ସେ କହିଛନ୍ତି, ଯୋଗୀ ଆଦିତ୍ୟନାଥଙ୍କ ଉତ୍ତର ପ୍ରଦେଶରେ ଲୋକଙ୍କ ଭାବନା ସହ ଖେଳିବା ଘଟଣାକୁ କେବେ ହେଲେ ଗ୍ରହଣ କରାଯିବ ନାହିଁ।

ପୂରା ତାଣ୍ଡବ ଟିମ୍‌ ବିରୋଧରେ ବହୁତ ବଡ଼ ମାମଲା ରୁଜୁ ହୋଇଛି। ଶସ୍ତା ୱେବ ସିରିଜ୍‌ ଦ୍ୱାରା ଘୃଣାର ପ୍ରଚାର କରୁଥିବା ଲୋକଙ୍କୁ କେବେ ହେଲେ କ୍ଷମା କରାଯିବ ନାହିଁ। ଗିରଫ ପାଇଁ ସମସ୍ତେ ପ୍ରସ୍ତୁତ ରୁହ ବୋଲି ସେ ଚେତାବନୀ ଦେଇଛନ୍ତି। ଆଉ ଏକ ଟ୍ୱିଟରେ ଶ୍ରୀ ତ୍ରିପାଠୀ ତାଣ୍ଡବର ନିର୍ଦ୍ଦେଶକ ଅଲୀ ଆବାସ ଜାଫର, ପ୍ରଯୋଜକ ହିମାଂଶୁ ମେହେର, ଲେଖକ ଗୌରବ ସୋଲାଙ୍କି ଓ ଅଭିନେତା ସୈଫ ଅଲୀ ଖାନ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ କହିଛନ୍ତି।

ସେ ଏହି ଟ୍ୱିଟକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଫିସକୁ ମଧ୍ୟ ଟ୍ୟାଗ କରିଛନ୍ତି। ସେ କହିଛନ୍ତି, “ଉତ୍ତର ପ୍ରଦେଶ ପୁଲିସ୍‌ ମୁମ୍ବାଇ ବାହାରି ସାରିଛି। ସେ ପୁଣି ଗାଡ଼ି ଧରି। ଏଫଆଇଆର୍‌ରେ ବହୁତ କଠୋର ଧାରା ଲାଗିଛି। ଧାର୍ମିକ ଭାବନର ଆଘାତର ପରିଣାମ ତ ଭୋଗିବାକୁ ପଡ଼ିବ। ଆମର ଆଶା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଫିସ ଏମାନଙ୍କୁ ବଞ୍ଚାଇବା ପାଇଁ ଆଗକୁ ଆସିବ ନାହିଁ।”

Related story