ଗୁଗୁଲ୍‌ର ନୂଆ ଉପହାର : ଘରେ ବସି କରିପାରିବେ ଟଙ୍କା ରୋଜଗାର : ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଏବେ ଗୁଗୁଲ୍‌ର ନୂଆ ଉପହାର। ଆଗରୁ ଘରେ ବସି କୌଣସି ବିଷୟରେ ଜ୍ଞାନ ଆହରଣ କରିବା ସହିତ ବିଭିନ୍ନ ସୂଚନା ମିଳିପାରୁଥିଲା । ଏବେ ଘରେ ବସି ଅର୍ଥ ବି ଉପାର୍ଜନ କରିପାରିବେ । ଏଥିପାଇଁ ଗୁଗୁଲ୍‌ ଏକ ନୂଆ ଆପ୍‌  ଆଣିଛି । ଏହି ଆପ୍‌ ମାଧ୍ୟମରେ ଗ୍ରାହକ  ଘରେ ବସି ୩,୦୬୦ ଟଙ୍କା  ଉପାର୍ଜନ କରିପାରିବେ। ଏନେଇ ଗୁଗୁଲ୍‌ ତେଜ୍‌ ନାମରେ ଏକ ଆପ୍‌ ଲଞ୍ଚ କରିଛି । ଏହି […]

Rakesh Mallick
  • Published: Sunday, 24 September 2017
  • , Updated: 24 September 2017, 09:49 PM IST

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଏବେ ଗୁଗୁଲ୍‌ର ନୂଆ ଉପହାର। ଆଗରୁ ଘରେ ବସି କୌଣସି ବିଷୟରେ ଜ୍ଞାନ ଆହରଣ କରିବା ସହିତ ବିଭିନ୍ନ ସୂଚନା ମିଳିପାରୁଥିଲା । ଏବେ ଘରେ ବସି ଅର୍ଥ ବି ଉପାର୍ଜନ କରିପାରିବେ । ଏଥିପାଇଁ ଗୁଗୁଲ୍‌ ଏକ ନୂଆ ଆପ୍‌  ଆଣିଛି । ଏହି ଆପ୍‌ ମାଧ୍ୟମରେ ଗ୍ରାହକ  ଘରେ ବସି ୩,୦୬୦ ଟଙ୍କା  ଉପାର୍ଜନ କରିପାରିବେ। ଏନେଇ ଗୁଗୁଲ୍‌ ତେଜ୍‌ ନାମରେ ଏକ ଆପ୍‌ ଲଞ୍ଚ କରିଛି । ଏହି ଆପ୍‌  ମାଧ୍ୟମରେ ଲୋକେ ଘରେ ବସି ଟଙ୍କା ଆୟ କରପାରିବେ।

କିପରି କରିବେ?

ଏଥିପାଇଁ ବେଶି କିଛି କରିବାକୁ ପଡ଼ିବନି ।  ଗୁଗୁଲ୍‌ ଏହି ଆପ୍‌ ମାଧ୍ୟମରେ କମ୍ପାନିର ପ୍ରମୋସନ ପାଇଁ ଅନେକ ପ୍ରକାର ସ୍କିମ ପଠାଇବ।   ଗ୍ରାହକ ଏହାକୁ ନିଜର ସମ୍ପର୍କୀୟ କିମ୍ବା ଅନ୍ୟମାନଙ୍କ ପାଖକୁ ପଠାଇବେ।   ଏଥିପାଇଁ କୌଣସି ବାଧ୍ୟବାଧକତା ନାହିଁ।   କେବଳ ଆପଣଙ୍କର  ଗୁଗୁଲ୍‌ରେ  ଆକାଉଣ୍ଟ ଥିଲେ ହେଲା ।  ଗ୍ରାହକ ପ୍ରଥମେ ତାଙ୍କ ମୋବାଲରେ ତେଜ ଆପ୍‌ ଡାଉନଲୋଡ କରିବେ।  ପରେ ସେ ତାଙ୍କ ବନ୍ଧୁ କିମ୍ବା ପରିଚିତ ଲୋକଙ୍କୁ ଏହି ଆପ୍‌ ଡାଉନଲୋଡ କରିବାକୁ ଏକ ଇନ୍‌ଭାଇଟ ଲିଙ୍କ ପଠାଇବେ ।  ଏହି ଲିଙ୍କ ମାଧ୍ୟମରେ ଯଦି ସେ ତେଜ ଆପ୍‌ ସହିତ ସାମିଲ ହୁଅନ୍ତି  ତେବେ ରେଫରାଲ ଅଫର ପାଇପାରିବେ। ଏହି ଅଫର ମାଧ୍ୟମରେ ଉଭୟ ଗ୍ରାହକଙ୍କୁ  ୟୁପିଆଇ  ଇନାବଲ୍ଡ ବ୍ୟାଙ୍କ ଆକାଉଣ୍ଟରେ ୫୧ ଟଙ୍କା ଆପେ  ଆପେ ଜମା ହୋଇଯିବ।  ଏଭଳି ଯଦି ଆପଣ ଗୋଟିଏ ଘଣ୍ଟାରେ ୬ ଜଣ ଲୋକଙ୍କୁ ଏଥିରେ ସାମିଲ କରନ୍ତି । ତାହେଲ ଆପଣ ସେହି ହିସାବରେ ୩୦୦୦ ଟଙ୍କା ଆୟ କରିପାରିବେ ।

Related story