ଆଉ ନାହାନ୍ତି TCSର ପ୍ରତିଷ୍ଠାତା

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଆଇଟି ସେବା ପ୍ରଦାନକାରୀ କମ୍ପାନୀ ଟାଟା କନସଲଟେନ୍ସି ସର୍ଭିସେସ୍ (TCS)ର ପ୍ରତିଷ୍ଠାତା ଓ ତା’ର ପ୍ରଥମ ସିଇଓ ଫକୀର ଚାନ୍ଦ କୋହଲିଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ତାଙ୍କୁ ଭାରତୀୟ ସଫ୍ଟୱେର ଇଣ୍ଡଷ୍ଟ୍ରୀର ଜନକ ବୋଲି ମଧ୍ୟ କୁହାଯାଏ। ଜଣେ ଚତ୍ମକାର ଟେକନିକ୍ରାଟ୍ ଭାବେ ପରିଚିତ କୋହଲି ୧୯୯୧ରେ ଆଇବିଏମକୁ ଟାଟା-ଆଇବିଏମର ଅଂଶବିଶେଷ ଭାବେ ଭାରତ ଆଣିବା ନିଷ୍ପତ୍ତିରେ ପ୍ରମୁଖ ଭୂମିକା ବହନ କରିଥିଲେ। […]

fc-kohli

Ranjit Kumar Jena
  • Published: Thursday, 26 November 2020
  • , Updated: 26 November 2020, 07:34 PM IST

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଆଇଟି ସେବା ପ୍ରଦାନକାରୀ କମ୍ପାନୀ ଟାଟା କନସଲଟେନ୍ସି ସର୍ଭିସେସ୍ (TCS)ର ପ୍ରତିଷ୍ଠାତା ଓ ତା'ର ପ୍ରଥମ ସିଇଓ ଫକୀର ଚାନ୍ଦ କୋହଲିଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ତାଙ୍କୁ ଭାରତୀୟ ସଫ୍ଟୱେର ଇଣ୍ଡଷ୍ଟ୍ରୀର ଜନକ ବୋଲି ମଧ୍ୟ କୁହାଯାଏ।

ଜଣେ ଚତ୍ମକାର ଟେକନିକ୍ରାଟ୍ ଭାବେ ପରିଚିତ କୋହଲି ୧୯୯୧ରେ ଆଇବିଏମକୁ ଟାଟା-ଆଇବିଏମର ଅଂଶବିଶେଷ ଭାବେ ଭାରତ ଆଣିବା ନିଷ୍ପତ୍ତିରେ ପ୍ରମୁଖ ଭୂମିକା ବହନ କରିଥିଲେ। ଏହା ଭାରତରେ ହାର୍ଡୱେର୍ ଉତ୍ପାଦନ ପାଇଁ ମିଳିତ ଉଦ୍ୟମର ଅଂଶ ଥିଲା।

ସଫ୍ଟୱେର୍ ଇଣ୍ଡଷ୍ଟ୍ରୀର ଜନକ କୁହାଯାଉଥିବା କୋହଲି ଭାରତରେ ଯେଉଁ ଟେକ୍ନୋଲୋଜି ବିପ୍ଳବ ଆରମ୍ଭ ହୋଇଥିଲା, ତା'ର ସେ ନେତୃତ୍ୱ ନେଇଥିଲେ। ଏହାଛଡ଼ା ସେ ଟିସିଏସର ପ୍ରଥମ ସିଇଓ ଭାବେ ଦେଶକୁ ୧୦୦ ବିଲିୟନ ଡଲାରର ଆଇଟି ଇଣ୍ଡଷ୍ଟ୍ରୀର ନିର୍ମାଣ କରିବାରେ ସହାୟତା କରିଥିଲେ।

Related story